ଆୟୋଜିତ ହୋଇଯାଇଛି ୨୦୨୨ ବର୍ଷ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ଦାଦା ସାହବେ ଫାଲକେ ଆୱାର୍ଡ ତାଲିକା । ଏଥିରେ ବି ଦେଖିବାକୁ ମିଳିଛି ଫିଲ୍ମ ‘ପୁଷ୍ପା’ର ଦବଦବା । କାରଣ ‘ପୁଷ୍ପା’କୁ ମିଳିଛି ‘ଫିଲ୍ମ ଅଫ ଦି ଇଅର’ ସମ୍ମାନ । ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଚମତ୍କାର ଏବଂ ଗ୍ଲାମରରେ ଭରପୁର ଥିଲା । ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା: ଦି ରାଇଜ’ ସିଦ୍ଧାର୍ଥ ମଲହୋତ୍ରାଙ୍କ ଶେରଶାହ ଏବଂ ବିକି କୌଶଲଙ୍କ ସର୍ଦ୍ଦାର ଉଧମଙ୍କୁ ଚଳଚ୍ଚିତ୍ର ମହୋତ୍ସବରେ ସମ୍ମାନିତ କରାଯାଇଛି। ନିର୍ଦ୍ଦେଶକ କବୀର ଖାନଙ୍କ ‘୮୩’ ରେ ତାଙ୍କର ଅସାଧାରଣ ଅଭିନୟ ପାଇଁ ରଣବୀର ସିଂ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ୧୯୮୩ ରେ ଭାରତୀୟ କ୍ରିକେଟ ଦଳର ବିଶ୍ୱକପ ବିଜୟ ଉପରେ ଆଧାରିତ କ୍ରୀଡା ନାଟକରେ ସେ କପିଲ ଦେବ ଭୂମିକାରେ ଅଭିନୟ କରିଥିଲେ। ସେହିପରି କ୍ରିତି ସାନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମିଳିଛି ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0