ଭୁବନେଶ୍ବର: ରାଜଧାନୀରେ କରୋନା ମୁକାବିଲା ପାଇଁ ଆଉ ପାଦେ ଆଗେଇଛି ବିଏମସି । ଭୁବନେଶ୍ବର ହୋମ ଆଇସୋଲେସନ ରହୁଥିବା ଲୋକଙ୍କୁ ୨ଥର ଭିଡିଓ କଲିଂ କରି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ବସ୍ଥା ବୁଝିବା ବ୍ୟବସ୍ଥା କରିଛି ବିଏମସି । ଏଥି ପାଇଁ ତିନି ଜୋନରେ ଡାକ୍ତରଙ୍କୁ ନିଯୁକ୍ତି କରାଯାଇଛି। ପୁର୍ବରୁ ଆକ୍ରାନ୍ତଙ୍କୁ ଟେଲିଫୋନିକ କଣ୍ଟାକ୍ଟ କରାଯାଉଥିବା ବେଳେ ଏବେ ଆପ୍ ମାଧ୍ୟମରେ ଅନଲାଇନ ଭିଡିଓ କଲିଂ କରି କୋଭିଡ ଜନିତ ସ୍ବାସ୍ଥ୍ୟ ସେବା ଯୋଗାଉଛି ବିଏମସି । ଏଥିପାଇଁ ସ୍ବତନ୍ତ୍ର ଭାବେ ହ୍ବାଟସଆପ୍ ଗ୍ରୁପ ମଧ୍ୟ କରାଯାଇଛି। ଭିଡିଓ କଲିଙ୍ଗ ଆପ୍ ମାଧ୍ୟମରେ ଲକ୍ଷଣ ଦେଖା ଦେଲେ କଣ କରିବେ, କଣ କରିବେନି, କିଭଳି ଭାବେ ସୁରକ୍ଷିତ ଭାବେ ରହି ଚିକିତ୍ସିତ ହେବେ ଏ ନେଇ ପରାମର୍ଶ ଯୋଗାଇ ଦିଆଯାଉଛି। ସେପଟେ ଅତି କମରେ ଦିନକୁ ଦୁଇ ଥର ଭିଡିଓ କଲିଂ ସେବା ଯୋଗାଇ ଦିଆଯାଉଛି । ଦିନ ୧୨ ଟାରୁ ଗୋଟାଏ ଓ ଅପରାହ୍ନ ୪ ଟାରୁ ୫ଟା ଦିନକୁ ଦୁଇ ଘଣ୍ଟା ଏହି ସେବା ଉପଲବ୍ଧ ହେଉଛି। କରୋନା ମୁକାବିଲା ପାଇଁ ବିଏମସି ଅଞ୍ଚଳରେ ୫୪ଟି ରାପିଡ ରେସପନ୍ସ ଟିମ୍ ଗଠନ କରାଯାଇ ୭୯ ଜଣ ଡାକ୍ତରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0