spot_img

କରୋନାରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ

ସୁନ୍ଦରଗଡ଼: ସାରା ରାଜ୍ୟରେ କରୋନା ତାର କାୟା ବିସ୍ତାର କରିଚାଲିଛି । ଇତି ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ୬ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଏଚଏମଏସ ବିଭାଗର ସିନିୟର କାର୍ୟ୍ୟନିର୍ବାହୀ ଆସିଷ୍ଟାଣ୍ଡ ଶିଶିର ଦାସଙ୍କ ଶୁକ୍ରବାରରେ ପରଲୋକ ଘଟିଛି ।
ସୂଚନା ଅନୁସାରେ, ଦୁଇଦିନ ତଳେ ସିନିୟର କାର୍ୟ୍ୟନିର୍ବାହୀ ଆସିଷ୍ଟାଣ୍ଡ ଶିଶିର ଦାସଙ୍କ କୋଭିଡ଼ ରିପୋର୍ଟ ପଜିଟିଭ ଆସିଥିଲା । ରିପୋର୍ଟ ଆସିବା ପରେ ତାଙ୍କୁ ଆଇଜିଏଚ୍ର ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା । ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ତାଙ୍କର ମୃତ୍ୟୁ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଶିଶିରଙ୍କୁ ମିଶାଇ କୋଭିଡରେ ଏପର୍ଯ୍ୟନ୍ତ ୩ ଅଧିକାରୀଙ୍କ ମୃତ୍ୟ ଘଟିଲାଣି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular