ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଏଥର ଦମ୍ ଦେଖାଇବ ରାଫେଲ । ସାରା ବିଶ୍ୱ ଦେଖିବ ରାଫେଲ ଯୁଦ୍ଧ ବିମାନର ବଳ । ଜାନୁଆରୀ ୨୬ ତାରିଖ ପରେଡରେ ଏଥର ଅନ୍ୟ ଲଢୁଆ ବିମାନ ସହ ପ୍ରଥମ କରି ରାଫେଲ ଯୁଦ୍ଧ ବିମାନ ସ୍ଥାନ ପାଇବ । ଗଣତନ୍ତ୍ର ଦିବସକୁ ଆଉ ମାତ୍ର କିଛି ଦିନ ବାକି ଅଛି । ଏହାପୂର୍ବରୁ ଭାରତୀୟ ବାୟୁ ସେନା ପରେଡକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ଏଥର ପରେଡରେ ପ୍ରଥମ କରି ରାଫେଲ ବିମାନର ସାର୍ବଜନୀନ ପ୍ରଦର୍ଶନ କରାଯିବ । ରାଫେଲ ସହିତ ଗଣତନ୍ତ୍ର ଦିବସ ପରେଡରେ ସୁଖୋଇ-୩୦, ମିଗ ୨୯, ଜାଗୁଆର୍ ଭଳି ଯୁଦ୍ଧ ବିମାନ ମଧ୍ୟ ସାମିଲ ହେବେ । ଚଳିତ ବର୍ଷ ମୋଟ ୪୨ଟି ବିମାନ ଗଣତନ୍ତ୍ର ଦିବସରେ ପ୍ରଦର୍ଶିତ କରାଯିବ । ଅନ୍ୟପଟେ ଗଣତନ୍ତ୍ର ଦିବସର ପୂର୍ବରୁ ରାଜଧାନୀ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇ ଦିଆଯାଇଛି । ଚଳିତ ବର୍ଷ କରୋନା କାରଣରୁ କେବଳ ୨୫ ହଜାର ଦର୍ଶକଙ୍କୁ ଗଣତନ୍ତ୍ର ଦିବସ ଉତ୍ସବ ଦେଖିବାକୁ ସୁଯୋଗ ମିଳିବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0