spot_img

ଭୀମସାରରେ ୧୮ ଜଣ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଫାଇନ

ସମ୍ବଲପୁଲ : ରାଗିଂ ପାଇଁ ୧୮ ଜଣଙ୍କୁ ଫାଇନ । ସମ୍ବଲପୁଲ ବୁର୍ଲା ଭୀମସାରରେ ଛାତ୍ରଙ୍କୁ ରାଗିଂ ଘଟଣା । ତଦନ୍ତ କମିଟିର ରିପୋର୍ଟ ପରେ ଡିନଙ୍କ କାର୍ୟ୍ୟାନୁଷ୍ଠାନ । ୧୮ଜଣ ଛାତ୍ରଙ୍କୁ ୫୪ ହଜାର ଟଙ୍କାର ଜରିମାନା ଲିଗିଛି ବୁର୍ଲା ଭିମସାରରେ ଛାତ୍ରଙ୍କୁ ରାଗିଙ୍ଗ ଘଟଣାରେ କାର୍ୟ୍ୟାନୁଷ୍ଠାନ । ତଦନ୍ତ କମିଟିର ରିପୋର୍ଟ ପରେ ଡିନ ତଥା ଅଧ୍ୟକ୍ଷ ଜୟଶ୍ରୀ ଦୋରା କାର୍ୟ୍ୟାନୁଷ୍ଠାନ ନେଇଛନ୍ତି । ୧୮ ଜଣ ଛାତ୍ରଙ୍କଠାରୁ ୫୪ ହଜାର ଟଙ୍କା ଜୋରିମାନା କରାଯାଇଛି । ଏହି ଅର୍ଥ ତୁରନ୍ତ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ପରେ ଚତୁର୍ଥ ବର୍ଷର ଛାତ୍ର ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରିଥିବା ଜଣାପଡିଛି । ତେବେ ଭିମସାରରେ ବାରମ୍ବାର ଏହିଭଳି ଅଭିଯୋଗ ଆସିଲାଣି । ପୂର୍ବରୁ ଭିମସାର ମେଡିକାଲ କଲେଜରେ ୨ଟି ଏବଂ ନର୍ସିଂ କଲେଜରେ ଗୋଟିଏ ଅଭିଯୋଗ ଆସିଥିଲା । ଏହି ଘଟଣାରେ କାର୍ୟ୍ୟାନୁଷ୍ଠାନ ହେଉ ନଥିବାବେଳେ ନ୍ୟାସନାଲ ଆଂଟି ରାଗିଙ୍ଗ ସେଲରେ ପୁଣି ଗୋଟିଏ ଅଭିଯୋଗ ହୋଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular