ନୂଆଦିଲ୍ଲୀ: ଦରବୃଦ୍ଧି ଓ ବେରୋଜଗାରକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ଆଜି ଏକ ଟ୍ୱିଟ୍ କରି ଶ୍ରୀ ଗାନ୍ଧୀ କହିଛନ୍ତି କି, ମୋଦି ସରକାର ପ୍ରତ୍ୟେକ କ୍ଷେତ୍ରରେ ଜନତାଙ୍କ ଠାରୁ ଲୁଟ୍ କରୁଛନ୍ତି । ଏନେଇ ସେ ସାଧାରଣ ଲୋକଙ୍କୁ ପଚାରିଛନ୍ତି କି ‘ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ଆପଣ କଣ ଅନୁଭବ କରିପାରୁ ନାହାନ୍ତି କି କେନ୍ଦ୍ର ସରକାର ଆପଣ ମାନଙ୍କୁ ଲୁଟୁଛନ୍ତି ?’ । ଏହା ପୂର୍ବରୁ ଶୁକ୍ରବାର ଦିନ ବି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏକ ଟ୍ୱିଟ୍ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ କି, ‘ରୋଜଗାର ବନ୍ଦ, ମେହେଙ୍ଗାଇ ବୁଲନ୍ଦ, ସରକାର ମସ୍ତ’ ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0