spot_img

ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ

ଚୌଦ୍ବାର : କଟକ ଚୌଦ୍ବାର ସ୍ଥିତ ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ । ଦୀର୍ଘ ୩ ଘଣ୍ଟା ତଳୁ ନିଆଁ ଲାଗିଥିବା ଜଣାପଡିଛି । ତେବେ ନିଆଁକୁ ଆୟତ୍ତ କରିବାକୁ କଟକ, ଚୌଦ୍ବାର ଓ ଏଆରସିର ଦମକଳ ବାହିନୀ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପାଖାପାଖି ୬ଟି ଦମକଳ ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ଦୀର୍ଘ ସମୟ ଧରି ନିଆଁ ଲାଗିଛି । ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରିନଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ନିଆଁ ଲାଗିବା ଯୋଗୁଁ କଣ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular