ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ୫୪ଟି ପ୍ରକଳ୍ପର ଉଦ୍ଘାଟିତ ହୋଇଥିବା ବେଳେ ୫୨ଟିର ଶିଳାନ୍ୟାସ ହୋଇଛି। ଜିଲ୍ଲାର ଜୟପାଟଣା ବ୍ଳକ୍ର ମଙ୍ଗଳପୁର ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି ଅବସରରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ବାପା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇଥିଲେ। ସେ ବିଜୁ ବାବୁଙ୍କ କଳାହାଣ୍ଡି ଗସ୍ତର ଏକ କଥା କହି ସ୍ମୃତିଚାରଣ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ବିଜୁ ବାବୁ ୯୦ ଦଶକରେ ମୁଖ୍ୟମନ୍ତ୍ରୀ ଥିବାବେଳେ ଭବାନୀପାଟଣା ଗସ୍ତରେ ଆସିଥିଲେ। ଏହି ସମୟରେ କିଛି ପିଲା ତାଙ୍କ ଉପରକୁ ପଥର ମାଡ଼ କରିଥିଲେ। କିନ୍ତୁ ବିଜୁ ବାବୁ ତାଙ୍କ ବିଶାଳ ହୃଦୟର ପରିଚୟ ଦେଇ ସେହି ପିଲାମାନଙ୍କୁ କ୍ଷମା କରି ଦେଇଥିଲେ। ପରେ ତାଙ୍କ ପୁଅ ଭାବରେ ମୁଁ ଏହି ଘଟଣା ବିଷୟରେ ପଚାରିଥିଲି। ସେ କହିଥିଲେ, ‘ନଥିଂ ଟୁ ବି ଓରିଡ୍। କଳାହାଣ୍ଡିବାସୀ ମୋତେ ବହୁତ ଭଲ ପାଆନ୍ତି । ମୁଁ ମଧ୍ୟ କଳାହାଣ୍ଡିକୁ ବହୁତ ଭଲ ପାଏ । କଳାହାଣ୍ଡି ମାଟିରେ ମୋର ଯେତିକି ବିନ୍ଦୁ ରକ୍ତ ପଡ଼ିଛି, କଳାହାଣ୍ଡିର ବିକାଶ ପାଇଁ ମୁଁ ତା’ର ୧୦ ଗୁଣ ଅଧିକ ପରିଶ୍ରମ କରିବି।’ ଓଡିଶା ମା’ର ସେବା କରିବା ପାଇଁ ସେ ଯେତେବେଳେ ସୁଯୋଗ ପାଇଲେ, ସେତେବେଳେ ବିଜୁ ବାବୁଙ୍କର ଏହି କଥା ତାଙ୍କ ମନକୁ ବାରମ୍ବାର ଆସୁଥିଲା। କଳାହାଣ୍ଡିର ବିକାଶ ପାଇଁ ତାଙ୍କୁ ମାର୍ଗ ଦେଖାଉଥିଲା। ଏ ଭିତରେ କଳାହାଣ୍ଡିର ଛବି ଉଜ୍ଜ୍ୱଳ ହୋଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0