ନୂଆଦିଲ୍ଲୀ: କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ମୋଦିଙ୍କ ଉପରେ ଗର୍ଜିଛନ୍ତି । ରାହୁଲ କହିଛନ୍ତି, ମୋଦିଙ୍କର ଯଦି ସାହସ ରହିଛି ତେବେ କୃଷକ ଓ ରୋଜଗାରର କଥା ଉଠାନ୍ତୁ । ମୋଦିଙ୍କ ଏହି ରେଡିଓ କାର୍ଯ୍ୟକ୍ରମର ୭୪ ତମ ଏପିସୋଡ ପୂର୍ବରୁ ରାହୁଲ ତାଙ୍କୁ ଟାଗେର୍ଟ କରିଛନ୍ତି । ତାମିଲନାଡୁରର ତିରୁନେଲଭେଲି ଠାରେ ସେଣ୍ଟ ଜାଭିୟର୍ସ କଲେଜର ଛାତ୍ରଛାତୀ ଓ ପ୍ରଫେସରଙ୍କ ସହ କଥା ହେବା ସମୟରେ ରାହୁଲ ଆହୁରି ମଧ୍ୟ କହିଛନ୍ତି, ଯଦି ଆମେ ଶିକ୍ଷା ବ୍ୟବସ୍ଥା ପାଇଁ କିଛି ନୂଆ ପଲିସି କରୁଛୁ ତେବେ ଏନେଇ ଛାତ୍ରଛାତ୍ରୀ ଓ ପ୍ରଫେସରମାନଙ୍କ ସହ କଥା ହେବା ଉଚିତ । ହେଲେ ଏବେ ତାହା କରାଯାଉ ନାହିଁ ଯାହା ଦୁର୍ଭାଗ୍ୟପୂର୍ଣ୍ଣ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0