ସମ୍ବଲପୁର : ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ କୋଭିଡ ଆକ୍ରାନ୍ତ ଚିହ୍ନଟ ପରେ ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ତଥା ବର୍ତ୍ତମାନର ପିଡି ଡିଆରଡିଏ ସୁକାନ୍ତ ତ୍ରିପାଠୀ ଏହି ଘୋଷଣା କରିଛନ୍ତି । ବୁର୍ଲା ଭିସୁଟର ପୁଲହ, ପୁଲସ୍ତ୍ୟ ଅତ୍ରି, କ୍ରତୁ, ବଶିଷ୍ଠ, ମରିଚି, ଅନୁରାଧା, ଅରୁନ୍ଧତି, ରୋହିଣୀ, ବିଶାଖା ଓ ବସୁନ୍ଧରା ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେହିପରି ପୁଲହ ହଷ୍ଟେଲକୁ ଲାଗିଥିବା ଥିବା ଅଂଚଳରୁ ବଫର ଜୋନ୍ ଘୋଷଣା କରାଯାଇଛି ।ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ଯାଏଁ ଏହି ଘୋଷଣା ବଳବତ୍ତର ରହିବ । ଏହା ସହ କଣ୍ଟେନମେଣ୍ଟ ଜୋନରେ ଜରୁରୀକାଳିନ ସେବାକୁ ବାଦ ଦେଲେ କୌଣସି ଯାନ ବାହନ ଚଳାଚଳ କରିପାରିବ ନାହିଁ । ଏହା ସହ ବାହାର କୌଣସି ଲୋକ ଭିତରକୁ ଯାଇ ପାରିବେ ନାହିଁ ।
ସୂଚନାଯୋଗ୍ୟ, ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ୨୫ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି । ୨ ଦିନ ଭିତରେ ୩ଟି ହଷ୍ଟେଲରୁ ୨୫ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୬ ଜଣ ଅନ୍ୟ ହଷ୍ଟେଲରେ ରହି ଚିକିତ୍ସିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍ ସସପେଣ୍ଡ କରାଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0