spot_img

ରେଙ୍ଗାଲିଠାରେ ଟ୍ରେନ୍ ରହଣୀ ଦାବିରେ ରେଳରୋକ

ସମ୍ବଲପୁର : ସମ୍ବଲପୁର ରେଙ୍ଗାଲିଠାରେ ଧାନବାଦ-ଏଲଏପି ଟ୍ରେନ୍ ରହଣୀ ଦାବିରେ ରେଳରୋକ ସହ ୧୨ ଘଣ୍ଟିଆ ରେଙ୍ଗାଲି ବନ୍ଦ ଡାକରା ଦେଇଛି ନାଗରିକ କ୍ରିୟାନୁଷ୍ଠାନ କମିଟି । ଏନେଇ ଆଜି ରେଙ୍ଗାଲିଠାରେ ରେଳ ରୋକ କରାଯିବା ସହ ରେଙ୍ଗାଲି ବନ୍ଦ କରାଯାଇଛି । ସକାଳୁ ସକାଳୁ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଙ୍ଗାଲି ବନ୍ଦ କରାଯିବା ସହ ରେଙ୍ଗାଲି ଷ୍ଟେସନଠାରେ ରେଳ ଅଟକାଯାଇଛି ।

ପୂର୍ବରୁ ରେଙ୍ଗାଲିଠାରେ ଧାନବାଦ-ଏଲଏପି ଟ୍ରେନ୍ ଷ୍ଟପେଜ ଥିଲା । ହେଲେ ଲକଡାଉନ ପରେ ରହଣି ବନ୍ଦ କରିବାରୁ ଅସନ୍ତୋଷ ଜାହିର କରିଛନ୍ତି ରେଙ୍ଗାଲିବାସୀ । ଏହା ପୂର୍ବରୁ ଡିଆରଏମଙ୍କୁ ଭେଟି ଦାବି ଜଣାଇଥିଲେ । ହେଲେ ସୁଫଳ ନମିଳିବାରୁ ଆନ୍ଦୋଳନକୁ ଓହ୍ଲାଇଛି ନାଗରିକ କ୍ରିୟାନୁଷ୍ଠାନ କମିଟି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular