spot_img

୧୧ରେ ଖୋଲିବ ସମସ୍ତ ବୈଷୟିକ ପ୍ରତିଷ୍ଠାନ

ଭୁବନେଶ୍ୱର: ହ୍ରାସ ପାଇଥିବା କୋଭିଡ-୧୯ ସଂକ୍ରମଣ ପରିସ୍ଥିତିକୁ ବିଚାର କରି ସରକାର ରାଜ୍ୟରେ ଥିବା ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଙ୍ଗ ଓ ବୃତ୍ତିଗତ ମହାବିଦ୍ୟାଳୟ ଏବଂ ଡିପ୍ଲୋମା/ପୋଷ୍ଟ ଡିପ୍ଲୋମା ପ୍ରତିଷ୍ଠାନଗୁଡ଼ିକୁ ଜାନୁଆରି ୧୧ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପ୍ରଶାସନ ଅଧୀନରେ ଥିବା ଏହି ସବୁ ପ୍ରତିଷ୍ଠାନଗୁଡ଼ିକ ସୋମବାର ଠାରୁ ପିଜି, ୟୁଜି ଓ ଡିପ୍ଲୋମା କରୁଥିବା ଶେଷବର୍ଷ ଶିକ୍ଷାର୍ଥୀଙ୍କ ପାଇଁ କ୍ଲାସ୍ରୁମରେ ଶିକ୍ଷାଦାନ ଆରମ୍ଭ କରାଯିବ। ଏଥିନିମନ୍ତେ ସରକାର ‘ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଜିଓର’ (ଏସଓପି) ମଧ୍ୟ ଜାରି କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular