spot_img

ରେଲୱେ ଟ୍ରାକ୍ ନିକଟରୁ ଜଣେ ରେଳ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ବାରିପଦା : ବାରିପଦା ସହର ମୁଖ୍ୟ ରେଲୱେ ଟ୍ରାକ୍ ନିକଟରୁ ଜଣେ ରେଳ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ବାରିପଦା ରେଳ ଷ୍ଟେସନରେ କାର୍ଯ୍ୟରତ ଭଗବାନ ମହାନ୍ତି । ସୂଚନାଯୋଗ୍ୟ ଯେ, ଭଗବାନ ଶୁକ୍ରବାର ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ । ତେବେ ଷ୍ଟେସନ୍ ର ଜୁନିଅର ଇଂଜିନିୟର ଅତୁଲ କୁମାର ଗତକାଲି ରେଲୱେ ଗେଷ୍ଟ ହାଉସରେ ନୂଆ ବର୍ଷର ଭୋଜି ଆୟୋଜନ କରିଥିଲେ । ସେହି ସମୟରେ ଭବବାନ ତାଙ୍କ ସ୍ତ୍ରୀ ଫୋନ୍ କରିଥିଲେ ମଧ୍ୟ ସେ ତାଙ୍କ ଫୋନ୍ ଉଠାଇ ନଥିଲେ ।

ରାତି ଥିବାରୁ ସେ ସକାଳ ସମୟରେ ଆସି ଖୋଜାଖୋଜି କରିବା ବେଳକୁ ରେଲୱେ ଫାଟକ ନିକଟରେ ତାଙ୍କ ସ୍ବାମୀ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କ ଭାଇ ରବୀନ୍ଦ୍ର କୁମାର ଦାସଙ୍କୁ ଜଣାଇଥିଲେ । ରବୀନ୍ଦ୍ର  ରେଲୱେ ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ରେଲୱେ ପୋଲିସ ପହଞ୍ଚି ତଦନ୍ତ କରିଥିଲେ । ତେବେ ଏଭଳି ଜନଗହଳି ସ୍ଥାନରେ ଏହି ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଜିଆରପି ସହିତ ବାରିପଦା ଟାଉନ ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ତଦନ୍ତ କରୁଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular