spot_img

୯୫ ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ

ଭଞ୍ଜନଗର :  ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ ହୋଇଛି। ଏହା ଚଢାଉରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି । ଘଟଣାସ୍ଥଳରେ ଆସିକା ଏସ୍‌ଡିପିଓ, ବଡ଼ଗଡ଼ ପୋଲିସ, ସୋରଡ଼ା ତହସିଲଦାର ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଏହି ଚଢାଉ ହୋଇଛି ।

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ବଡ଼ଗଡ଼ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ଗଞ୍ଜେଇ ଚାଷ ଚାଲିଥିଲା । ଯାହାର ଖବର ପୋଲିସ ନିକଟରେ ପହଞ୍ଚିଥିଲା । ଅବକାରୀ ବିଭାଗ, ଓ ବଡ଼ ଗଡ଼ ଥାନା ପୋଲିସ ଆସିକା ଏସ୍‌ଡିପିଓଙ୍କ ନେତୃତ୍ୟରେ ପ୍ରାୟ ୯୫ ଏକର ଜମିରୁ ଗଞ୍ଜେଇ ନଷ୍ଟ କରାଯାଇଛି । ଏହି ଅପରେସନରେ ୧୦ ପ୍ଲାଟୁନ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି।  ସୋରଡା ତହସିଲଦାରଙ୍କ ଉପସ୍ଥିତିରେ ଚାଲିଛି ଅପରେସନ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular