ଭୁବନେଶ୍ୱର: ଦେଶବ୍ୟାପୀ ଶୁଖିଲା ପାଗ ରହିଥିବା ବେଳେ ଶୀଘ୍ର ପରିବର୍ତ୍ତନ ଦେଖିବାକୁ ମିଳିପାରେ । ପାଣିପାଗ ବିଜ୍ଞାନୀଙ୍କ ଅନୁମାନ ଅନୁସାରେ, ଦେଶର କେତେକ ରାଜ୍ୟରେ ଅଦିନିଆ ବର୍ଷା ଆରମ୍ଭ ହୋଇପାରେ । ଏହି ଅଦିନିଆ ବର୍ଷାରେ ଓଡ଼ିଶା ସହ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, କର୍ଣ୍ଣାଟକ, ତେଲଙ୍ଗାନା ଓ ତାମିଲନାଡ଼ୁ ଆଦ ରାଜ୍ୟ ପ୍ରଭାବିତ ହୋଇପାରେ । ତେବେ, ଏହି ଅଦିନିଆ ବର୍ଷା ପ୍ରାକ୍-ମୌସୁମୀ ବର୍ଷା ନୁହେଁ । କାରଣ ପ୍ରାକ୍-ମୌସୁମୀ ବର୍ଷା ତାପମାତ୍ରା ଏକ ନିର୍ଦ୍ଧାରିତ ସୀମା ଉପରକୁ ଆସିବା ପରେ ହୋଇଥାଏ । ଏବେ କେତେକ ରାଜ୍ୟରେ ପାରଦ ସ୍ୱାଭାବିକ ଠାରୁ ତଳେ ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0