spot_img

ଅଲୱର ଗଣଦୁଷ୍କର୍ମ ଘଟଣାର ସମସ୍ତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ଜୟପୁର: ରାଜସ୍ଥାନ ଅଲୱରର ଗଣଦୁଷ୍କର୍ମ ମାମଲାରେ ଚାରି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଘଟଣାର ଭିଡ଼ିଓ ଭାଇରାଲ କରିଥିବା ପାଇଁ ଆଇଟି ଆକ୍ଟ ଅନୁସାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅଭିଯୁକ୍ତ ହଂସରାଜ , ଇନ୍ଦ୍ରାଜ ଓ ଅଶୋକ ଓ ଛୋଟେଲାଲକୁ ଉଭୟ ଆଇପିସି ଓ ଆଇଟି ଆକ୍ଟ ଓ ମୁକେଶକୁ ଆଇଟି ଆକ୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଛି । ସେପ୍ଟେମ୍ବର ୧୧ ତାରିଖରେ ଦୁଇ ପକ୍ଷର ଜବାବ ସୁଆଲ ସରିଯାଇଥିଲା । କିନ୍ତୁ କରୋନା ପାଇଁ ନିର୍ଣ୍ଣୟ ଆସିବାରେ ବିଳମ୍ବ ହୋଇଥିଲା । ସୂଚନା ଯୋଗ୍ୟ କି ମେ ୨୦୧୯ରେ ଦୁଇ ଦଳିତ ଦମ୍ପତିଙ୍କୁ ବନ୍ଧକ ରଖି, ଯୁବତୀଙ୍କୁ ତାଙ୍କ ସ୍ୱାମୀଙ୍କ ସାମ୍ନାରେ ଗଣଦୁଷ୍କର୍ମ କରାଯାଇଥିଲା । ଅଭିଯୁକ୍ତ ୫ ଜଣ ଉକ୍ତ ଘଟଣାର ଭିଡ଼ିଓ ମଧ୍ୟ ଭାଇରାଲ କରିଥିଲେ । ଯାହା ସେତେବେଳେ ପୁରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular