ଜୟପୁର: ଅନ୍ତଃଦଳୀୟ କନ୍ଦଳର ସମାଧାନ ପାଇଁ ସ୍ୱତନ୍ତ୍ର ପର୍ୟ୍ୟବେକ୍ଷକ ଭାବେ କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଦିଲ୍ଲୀୁ ଯାଇଥିଲେ । ସେଠାରେ ସଚିନ୍ ପାଇଲଟଙ୍କୁ ବୁଝାଇବା ପାଇଁ ବହୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଦଳ ପ୍ରତି ଥିବା ତାଙ୍କ ବଦ୍ୱେଷ ଭାବ କଠୋର ଥିବାରୁ ସେ ତାଙ୍କ ବିରୋଧ ଜାରି ରଖିଥିଲେ । ତେଣୁ ମଙ୍ଗଳବାର ପାଇଲଟଙ୍କୁ ଏବଂ ତାଙ୍କ ଦୁଇ ସମର୍ଥକ କ୍ୟାବିନେଟ ମନ୍ତ୍ରୀ ବିଶ୍ବେନ୍ଦ୍ର ସିଂ ଏବଂ ରମେଶ ମୀନାଙ୍କୁ ମଧ୍ୟ ସେମାନଙ୍କ ପଦରୁ ହଟାଇ ଦିଆଯାଇଥିବା ଶ୍ରୀ ସୁରେଜୱାଲା ଘୋଷଣା କରିଛନ୍ତି । ଏହାପରେ ପାଇଲଟ ଟୁଇଟରରେ ‘ସତ୍ୟ କେବେ ହାରେନା’ ବୋଲି ପୋଷ୍ଟ କରିଛନ୍ତି । ଅପରପକ୍ଷରେ ସରକାରକୁ ବାହାରୁ ସମର୍ଥନ ଦେଉଥିବା ଭାରତୀୟ ଟ୍ରାଇବାଲ ପାର୍ଟିର ଦୁଇ ଜଣ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି ।

ଉପମୁଖ୍ୟମନ୍ତ୍ରୀଙ୍କ ବିଦ୍ରୋହ ପରେ ରାଜସ୍ଥାନର କଂଗ୍ରେସ ଶାସନ ଗାଦି ଟଳମଳ ହେବାରେ ଲାଗିଥିଲା । ଶାସନ ବଞ୍ଚାଇବା ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ବାସଭବନରେ ପ୍ରବଳ ଛକାପଞ୍ଝା ମଧ୍ୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହି ବୈଠକରେ ପାଇଲଟ୍ ଉପସ୍ଥିତ ନଥିଲେ। ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଦ୍ୟମ ଜାରି ରହିଥିଲା । ଦଳୀୟ ବିଧାୟକମାନଙ୍କୁ ଏକଜୁଟ୍ ରଖିବା ପାଇଁ ସେମାନଙ୍କୁ ଏକ ହୋଟେଲରେ ରଖାଯାଇଥିଲା। ମାତ୍ର ସଚିନ ପାଇଲଟଙ୍କ ସହ ସନ୍ଧି ସମ୍ଭବ ହୋଇନଥିଲା ।

୨୦୦ ସଭ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ୧୦୭ ବିଧାୟକ ଥିବା ବେଳ ୧୦ ଜଣ ସ୍ୱାଧୀନ ବିଧାୟକ ସମର୍ଥନ କରୁଛନ୍ତି। ଅନ୍ୟପକ୍ଷରେ ବିଜେପିର ୭୨ ଏବଂ ତିନି ଜଣ ସହଯୋଗୀ ପାର୍ଟିର ବିଧାୟକ ରହିଛନ୍ତି। ତେବେ ଗେହଲଟ୍ଙ୍କ ସହ ମାତ୍ର ୮୪ ବିଧାୟକଙ୍କ ସମର୍ଥନ ଥିବା ପାଇଲଟ୍ଙ୍କ ଶିବିର ପକ୍ଷରୁ ଦାବି କରାଯାଇଛି । ଅନ୍ୟପକ୍ଷରେ ଗତକାଲି ହୋଇଥିବା ଗେହଲଟଙ୍କ ବୈଠକରେ ମାତ୍ର ୧୦୬ ଜଣ ବିଧାୟକ ଉପସ୍ଥିତ ଥିଲେ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0