spot_img

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର : କରୋନା ମୁକାବିଲାରେ ଅସ୍ତ୍ର ସାଜିଛି ପ୍ଲାଜମା ଥେରାପି । ସରକାର ପ୍ଲାଜମା ଥେରାପି ଉପରେ ଗରୁତ୍ୱ ଦେଉଛନ୍ତି । ଏଥିପାଇଁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ପ୍ଲାଜମ ଥେରାପି ବ୍ୟାଙ୍କ । କଟକ ଏସସିବି ମେଡ଼ିକାଲ କଲେଜ ଏବଂ ରାଉରକେଲା ଆଇଜିଏଚ ପରେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ , ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଓ ବୁର୍ଲା ଭିମସାରରେ ପ୍ଲାଜମା ବ୍ୟାଙ୍କ ଖୋଲିବା ନେଇ ସ୍ୱସ୍ଥ୍ୟା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ତିନୋଟି ବ୍ୟାଙ୍କ କାର୍ଯ୍ୟକାରୀ ହେଲେ ରାଜ୍ୟରେ ପ୍ଲାଜମା ବ୍ୟାଙ୍କ ସଂଖ୍ୟା ୫ରେ ପହଞ୍ଚିବ ।

ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ରାଜ୍ୟରେ ପ୍ରଥମଥର ପାଇଁ ପ୍ଲାଜମା ଥେରାପି ବ୍ୟବସ୍ଥା ଆରମ୍ଭ ହୋଇଥିଲା । କଟକ ଏସସିବି ମେଡ଼ିକାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାର ଉଦ୍ଘାଟନ କରିଥିଲେ ।ଏହାପରେ ୨୧ତାରିଖରେ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲରେ ପ୍ଲାଜମା ଥେରାପି ଶୁଭାରାମ୍ଭ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular