spot_img

ଭାରତୀୟ ଜାତୀୟ କଂଗ୍ରେସର ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସର ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ପରଲୋକ ହୋଇଯାଇଛି । ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟାରେ ଏକ ଟିଭି ଡିବେଟ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶର ପ୍ରତ୍ୟେକଟି ଜ୍ୱଳନ୍ତ ଘଟଣା ଉପରେ ପାର୍ଟି ଏବଂ ନିଜ ତରଫରୁ ରାୟ ରଖୁଥିଲେ । ହଠାତ୍ ତାଙ୍କୁ ହୃଦଘାତ ହୋଇଥିଲା । ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଗାଜିଆବାଦର ଏକ ଘରୋଇ ହସ୍ପିଟାଲର ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ରାଜୀବ ତ୍ୟାଗୀ ବୁଧବାର ସନ୍ଧ୍ୟା ପ୍ରାୟ ୩ଟା ୪୫ରେ ନିଜର ଟ୍ୱିଟର ଆକାଉଣ୍ଟରେ ଟ୍ୱିଟକରି ଲେଖିଥିଲେ ଆଜି ସନ୍ଧ୍ୟା ୫ଟାରେ ଆଜତକ୍ ଡିବେଟ୍ କାର୍ଯ୍ୟକ୍ରମରେ ରହିବି । ଏବଂ ତାର ମାତ୍ର କେଇ ଘଣ୍ଟା ପରେ ସେ ଦୁନିଆ ଛାଡି ଚାଲିଗଲେ ।

ରାଜୀବଙ୍କ ଦେହାନ୍ତ ପରେ କଂଗ୍ରେସ ପାର୍ଟି ତରଫରୁ ଟ୍ୱିଟ କରି ଶୋକ ପ୍ରକଟ କରାଯାଇଛି । ପାର୍ଟି ନିଜର ଟ୍ୱିଟରେ କହିଛି ଆମେ ରାଜୀବ ତ୍ୟାଗୀଙ୍କ ଅପ୍ରତ୍ୟାଶିତ ବିୟୋଗରେ ବହୁତ ଦୁଃଖି । ସେ ନିଷ୍ଠାବାନ କଂଗ୍ରେସୀ ଓ ସଚ୍ଚା ଦେଶ ଭକ୍ତଥିଲେ । ଏହି ଦୁଃଖର ଘଡିରେ ଆମର ସମବେଦନା ଓ ପ୍ରାର୍ଥନା ତାଙ୍କ ପରିବାର ଓ ସାଥୀଙ୍କ ସହିତ ରହିଛି ।

ତାଙ୍କ ବିୟୋଗରେ ବିଜେପି ନେତା ସମ୍ବିତ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଆଜି ୫ଟାରେ ଉଭୟ ଏକା ସାଙ୍ଗରେ ବିତର୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲୁ । ଜୀବନ ବହୁତ ଅନିଶ୍ଚିତ, କହିବାକୁ ମୋ ପାଟିରେ କିଛି ଶବ୍ଦ ନାହିଁ । ହେ ଗୋବିନ୍ଦ ରାଜୀବଜୀଙ୍କୁ ନିଜ ଶ୍ରୀ ଚରଣରେ ସ୍ଥାନ ଦିଅନ୍ତୁ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular