ଆନନ୍ଦପୁର: ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ପରୀକ୍ଷା ଫଳ ଆଶାନୁରୂପ ହୋଇ ନଥିବାରୁ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚାନ ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅନ୍ତର୍ଗତ ବଡଦାଣ୍ଡରେ । ସୂଚନା ମୁତାବକ, ଆନନ୍ଦପୁରର ବଡଦାଣ୍ଡର ସରୋଜ ମିଶ୍ରଙ୍କ ପୁଅ ଅଭିଷେକ ମିଶ୍ର ଏକ ଘରୋଇ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢୁଥିଲେ । ଗତକାଲି ପରୀକ୍ଷା ଫଳ ବାହାରିବା ପରେ ସେ ନିଜ ମାର୍କକୁ ଦେଖି ବ୍ୟସ୍ଥ ବିବ୍ରତ ହୋଇପଡିଥିଲେ । କାରଣ ତାଙ୍କର ଯୁକ୍ତ ଦୁଇ ପରୀକ୍ଷା ଫଳ ଆଶାନୁରୂପ ହୋଇ ନଥିଲା । ଏହାକୁ ନେଇ ସେ ବ୍ୟସ୍ତ ହୋଇ ପଡିଥିଲେ । ତା ପରେ ଘରେ ଏକ ରୁମରେ କବାଟ ବନ୍ଦ କରି ଅଭିଷେକ ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ଏହା ଦେଖି ପୋଲିସକୁ ଖବର ଦେବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ରାତି ପ୍ରାୟ ୯ଟା ସମୟରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗ୍ରୀଲ ଭାଙ୍ଗି ଅଭିଷେକଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0