ରାଜକନିକା : ଆଜି ହେଉଛି ପବିତ୍ର କାର୍ତ୍ତିକେୟ ପୂର୍ଣ୍ଣିମା। ମାସକର ବ୍ରତ ଭାଙ୍ଗିବାକୁ ଶ୍ରଦ୍ଧାଳୁ ମାନେ ଏହି ଦିନକୁ ଅଂପେକ୍ଷା କରିଥାନ୍ତି। କାର୍ତ୍ତିକ ମାସରେ ହବିଷ କଲେ ମିଳେ କୋଟି ଜନ୍ମର ଫଳ… ଏହି ପ୍ରଥାକୁ ମାନି ଓଡ଼ିଆ ହିନ୍ଦୁ ଘରେ ସକାଳୁ ସକାଳୁ ଶୌଚ ହୋଇ ବିଭିନ୍ନ ଦେବାଦେବୀଙ୍କୁ ଦର୍ଶନ କଲେ ମିଳିଥାଏ ପୁଣ୍ୟ। ଏହି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ଓଲାଭର ଓ ବଳରାମପୁର ର ଅଧିଷ୍ଠାତ୍ରୀ ଦେବୀ ମା ଇଛାପତି ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କର ଭିଡ ହେବା କଥା କିନ୍ତୁ ସରକାରଙ୍କ କୋଭିଡ କଟକଣା ଯୋଗୁଁ ମନ୍ଦିରରେ ହାତ ଗଣତି କିଛିଜଣ ଭକ୍ତ ଆସିଥିଲେ । ସାମାଜିକ ଦୂରତା କୁ ଗୁରୁତ୍ୱ ଦେଇ ପୂଜା କମିଟି ପକ୍ଷରୁ ମଧ୍ୟ ସମସ୍ତ ବନ୍ଦୋବସ୍ତ କରାଯାଇଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0