ଲସଏଞ୍ଜେଲସ: ନିଜର ବକ୍ସିଂ ଏବଂ ବ୍ୟବହାରକୁ ନେଇ ଚର୍ଚ୍ଚାରେ ରହୁଥିବା ଟାଇସନ ଦୀର୍ଘ ୧୫ ବର୍ଷ ପରେ ଫେରିଛନ୍ତି ବକ୍ସିଂ ରିଙ୍ଗକୁ । ୫୪ ବର୍ଷୀୟ ଟାଇସନଙ୍କ ବିପକ୍ଷରେ ୫୧ ବର୍ଷୀୟ ଜୋନ୍ସ ଜୁନିୟର ମଧ୍ୟରେ ଏକ ପ୍ରଦର୍ଶନୀ ବାଉଟ ଅନୁଷ୍ଠିତ ହୋଇଥିଲା । ଷ୍ଟେପଲ୍ସ ସେଣ୍ଟରଠାରେ ୮ ରାଉଣ୍ଡ ବିଶିଷ୍ଟ ଏହି ମ୍ୟାଚଟି ବେଶ ଆକର୍ଷଣୀୟ ହୋଇଥିଲା । ତେବେ ମ୍ୟାଚ ଖେଳିବାର କିଛି ସମୟ ପରେ ଜଜଗଣ ଏହାକୁ ଡ୍ର ଭାବେ ଘୋଷଣା କରିଥିଲେ । ତେବେ ଏହା ଚ୍ୟାରିଟି ପାଇଁ ଅର୍ଥ ସଂଗ୍ରହ ଉଦେ୍ଦଶ୍ୟରେ ଏହି ପ୍ରଦର୍ଶନୀ କରାଯାଇଥିବାର ସୂଚନା ମିଳିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0