ରାଜନଗର: ରାଜନଗର ବ୍ଲକର ରାଜନଗର ପଂଚାୟତର ଜୟଗୁରୁ ଆଶ୍ରମଠାରୁ ବନ୍ଧମୁଣ୍ଡା ଯାଏଁ ରାସ୍ତାର ଉଭୟ ପାଶ୍ୱରେ ମନରେଗାର ବୃକ୍ଷରୋପଣ ପାଇଁ ୯ ଲକ୍ଷ ୧୯ ହଜାର ୯୮୪ ଟଙ୍କା ମଂଜୁର ହୋଇଥିଲା l ଏଥି ମଧ୍ୟରୁ ୨ ଲକ୍ଷ ୭୧ ହଜାର ୨୧୬ ଟଙ୍କା ଶ୍ରମିକଙ୍କ ପାଇଁ ଥିବାବେଳେ ୬ ଲକ୍ଷ ୪୮ ହଜାର ୭୬୭ ଟଙ୍କା ବାଡ଼, ସାର ଓ ଗଛ ପାଇଁ ରହିଛି l ଚଳିତ ବର୍ଷ ଜୁନ ୨୨ ତାରିଖରେ କାମ ଆରମ୍ଭ ହୋଇଥିଲା l ଜୁଲାଇ ୨୫ ତାରିଖ ସୁଦ୍ଧା ଗଛ ଲଗାଇବା ଓ ବାଡ଼ବନ୍ଦି କାମ ଶେଷ ହୋଇଥିବା ଦର୍ଶାଇ ୮ ଲକ୍ଷ ୨ ହଜାର ୭୪୦ ଟଙ୍କା ସରକାରୀ ତହବିଲରୁ ଉଠାଇ ନିଆଯାଇଛି l ଏହି ଭଳି ଅନେକ ଦୁର୍ନୀତି ପଦାକୁ ଆସିବା ପରେ ସରକାରୀ ଟଙ୍କା ଲୁଟିବାକୁ ହୋଇଥିବା ଯୋଜନା ଧରାପଡିଥିଲା l ଏହି ଦୁର୍ନୀତି ଘଟଣାରେ ପୂର୍ବରୁ G.R.S ପ୍ରମୋଦ କୁମାର ସାହୁଙ୍କୁ ଚାକିରୀରୁ ବହିସ୍କୃତ କରିଥିବାବେଳେ ପଂଚାୟତ ନିର୍ବାହୀ ଅଧିକାରୀ ପ୍ରଭାତ ଚନ୍ଦ୍ର ମଲ୍ଲିକକୁ ନିଲମ୍ବିତ କରାଯାଇଛି l ଏଥିସହ ଜିଲ୍ଲାପାଳଙ୍କ ନିର୍ଦେଶ ମୁତାବକ ରାଜନଗର ବିଡ଼ିଓ ମନ୍ଦରଧର ମାହାଳିକ ସରପଞ୍ଚ, G.R.S ଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ନାଁରେ ସରକାରୀ ହଡପ ଆଧାରରେ ରାଜନଗର ଥାନାରେ ଲିଖିତ ଅଭିଯୋଗ ମଧ୍ୟ୍ୟ କରିଥିଲେ l ରାଜନଗର ଥାନାରେ ଏ ନେଇ ମାମଲା ରୁଜୁ ହୋଇଥିଲା l ରାଜ୍ୟ ସରକାରଙ୍କ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆଜି ରାଜନଗର ପଂଚାୟତ ପ୍ରଭାତ ଚନ୍ଦ୍ର ମିଶ୍ରଙ୍କୁ ସରପଞ୍ଚ ପଦରୁ ନିଲମ୍ବିତ କରାଯାଇଛି l



Visitors Today : 3
Total Visitors : 130169
Total Views : 9891615
Visitors Online Now : 0