spot_img

ମାଂସ ପାଇଁ ଜୀବନ ହାରିଲା ଭଉଣୀ!

ପାଟଣା: ମାଂସ ପାଇଁ ଜୀବନ ହାରିଦେଲେ ଭଉଣୀ । ମା’ କାହିଁକି ବଡ଼ ଭାଇମାନଙ୍କୁ ଦୁଇ ପିସ ଅଧିକ ମାଂସ ଦେଇଦେଲେ ବୋଲି ଆତ୍ମହତ୍ୟା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ବଡପାଟଣା ଗାଁରେ । କେନ୍ଦୁଝର ଜିଲ୍ଲା ପାଟଣା ଥାନା ବଡ ପାଟଣା ଗାଁ ଜଣେ ଯୁବତୀ ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଛନ୍ତି । ଘରେ ମାଂସ ତରକାରୀ ହୋଇଥିଲା । ସମସ୍ତେ ହସଖୁସିରେ ଖାଇ ବସିଥିଲେ । ହେଲେ ମା’ ଭାଇମାନଙ୍କୁ ଅଧିକ ଦୁଇ ପିସ ମାଂସ ଦେଇଦେବାରୁ ରାଗିଯାଇଥିଲେ ସାନ ଭଉଣୀ । ବେକରେ ଓଢଣୀ ବାନ୍ଧି ଘରେ ଭିତରେ ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ କୁନି ନାଏକ । ଖବର ପାଇ ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular