ନୂଆଦିଲ୍ଲୀ: ଏଲଏସିରେ ଭାରତ ଚାଇନା ମଧ୍ୟରେ ବିବାଦ ଜାରି ରହିଛି । ଏନେଇ ବହୁଥର ଆଲୋଚନା ହୋଇଚି । ତେବେ ଏସବୁ ଅସଫଳ ରହିଥିବା ମାନିଛନ୍ତି । ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ସୀମା ବିବାଦର ସମାଧାନର ସୂତ୍ର ଏପର୍ଯ୍ୟନ୍ତ ମିଳିନି ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି । ଦୁଇ ପକ୍ଷଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ କୌଣସି ଉଦେ୍ଦଶ୍ୟପୂର୍ଣ୍ଣ ସମାଧାନ ମିଳି ପାରିନି । ଏଲଏସିରେ ଏଭଳି ସ୍ଥିତି ଲାଗି ରହିଲେ ସୈନ୍ୟ ସଂଖ୍ୟାକୁ ହ୍ରାସ କରାଯାଇପାରିବ ନାହିଁ ବୋଲି ସେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ଉଭୟପକ୍ଷଙ୍କ ରାଜନୈତିକ ତଥା ସୈନ୍ୟ ବାହିନୀ ଅଧିକାରୀଙ୍କ ମଧ୍ୟରେ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଅବ୍ୟାହତ ରହିଛି । ରାଷ୍ଟ୍ରୀୟ ସୁରକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରାଥମିକତା । ଏନେଇ ସରକାରଙ୍କ ପକ୍ଷରୁ ଯବାନଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉତିବା ସେ କହିଛନ୍ତି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0