ନୂଆଦିଲ୍ଲୀ: କଠିନ ପରିସ୍ଥିତି ଓ ସମସ୍ତ ବାଧା ବିଘ୍ନକୁ ଅତିକ୍ରମ କରି ଆଜି ଦେଶର ସର୍ବୋଚ୍ଚ ନାଗରିକ ପଦରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ତାଙ୍କର ଶୁଭ ଜନ୍ମଦିନ । ଦେଶର ୧୪ ତମ ରାଷ୍ଟ୍ରପତିଙ୍କର ଶୁଭ ଜନ୍ମଦିନରେ ଚାଲନ୍ତୁ ତାଙ୍କ ବିଷୟରେ ଜାଣିବା ।
କଠିନ ସଂଘର୍ଷ ଓ ଦୃଢ଼ ନିଶ୍ଚୟ କେବେ ବି ବ୍ୟର୍ଥ ଯାଏନି । ରାମନାଥ କୋବିନ୍ଦ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟ ଥିଲେ । ପ୍ରଥମ ଥର ପାଇଁ ସ୍ୱୟଂସେବକ ସଂଘର ସଦସ୍ୟ ରାଷ୍ଟ୍ରପତି ହୋଇଥିଲେ । ତାଙ୍କର ରାଜନୈତିକ ଯାତ୍ରାରେ ଅ୍ରନେକ ମୋଡ଼ ଆସିଥିଲା । ଜଣେ ସମାଜ ସେବୀ , ଓକିଲ ଓ ରାଜ୍ୟସଭା ସାଂସଦ ଭାବେ ସେ କାମ କରିଛନ୍ତି । ଯଦି ଆମେ ତାଙ୍କ ପୁରୁଣା ଜୀବନ ଉପରେ ଆଲୋଚନା କରିବା , ତେବେ ସେ ଜଣେ ସାଧାରଣ ବ୍ୟକ୍ତି । ତାଙ୍କ ଜନ୍ମ ୧ ଅକ୍ଟୋବର, ୧୯୪୫ ମସିହାରେ କାନପୁର ଦେହାତର ଡେରାପୁର ତହସିଲ ଅନ୍ତର୍ଭୁକ୍ତ ଗାଁ ପରୌଂଖ ର ଏକ ସାଧାରଣ ପରିବାରରେ ହୋଇଥିଲା । ସେତେବେଳେ ଭାରତରେ ଇଂରେଜ ଶାସନ ଚାଲିଥିଲା । ସେହି ସମୟରେ ଦଳିତମାନଙ୍କ ଅବସ୍ଥା ଶୋଚନୀୟ ଥିଲା । କିନ୍ତୁ ବିକଟ ପରିସ୍ଥିତିରେ ମଧ୍ୟ ତାଙ୍କ ପରିବାର ତାଙ୍କୁ ପାଠ ପଢ଼ାଇଥିଲେ । ପିଲାଦିନେ ୬ କିଲୋମିଟର ଚାଲି ସେ ସ୍କୁଲ ଯାଉଥିଲେ । ତାଙ୍କ ସ୍କୁଲ ବନ୍ଧୁମାନେ ତାଙ୍କ ଉପରେ ଗର୍ବ କରୁଥିଲେ । ତାଙ୍କ ପିଲାଦିନ ବିଷୟରେ ସେ କହନ୍ତି କି ବର୍ଷାଦିନେ ଛାତରୁ ପାଣି ଗଳିବା ବେଳେ ସେ ଓ ତାଙ୍କ ଭାଇଭଉଣୀମାନେ ମିଶି କାନ୍ଥକୁ ଲାଗି ଠିଆହୋଇ ବର୍ଷା ବନ୍ଦ ହେବାକୁ ଅପେକ୍ଷା କରୁଥିଲେ । ସମସ୍ତ ପରିସ୍ଥିତିର ସାମ୍ନା କରି କାନପୁରର ପରୌଂଖ ଜନ୍ମିତ ରାମନାଥ କୋବିନ୍ଦ ସର୍ବୋଚ୍ଚ ନ୍ୟାୟାଳୟରେ ନିଜ ଓକିଲାତି ଜୀବନ ଆରମ୍ଭ କରିଥିଲେ ।

୧୯୭୭ ମସିହାରେ ଜନତା ପାର୍ଟି ସରକାର ଥିବା ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ସଚିବ ହୋଇଥିଲେ । ଦିଲ୍ଲୀରେ ରହି ସେ ତୃତୀୟ ଥରରେ ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । କିନ୍ତୁ ମୁଖ୍ୟ ସେବା ବଦଳରେ ଆଲାଏଡ଼ ସେବା ପାଇଁ ଚୟନ ହେବାରୁ ଚାକିରି ଗ୍ରହଣ କରିନଥିଲେ । ଜୁନ୍ ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ପରେ ଅର୍ଥ ମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ବ୍ୟକ୍ତିଗତ ସଚିବ ମଧ୍ୟ ଥିଲେ । ସେହି ସମୟରେ ସୁପ୍ରିମ କୋର୍ଟର ଜୁନିୟର କାଉନସିଲର ରହିଥିଲେ । ସେ ବିହାରର ରାଜ୍ୟପାଳ ମଧ୍ୟ ହୋଇଥିଲେ ।

କିନ୍ତୁ ସମ୍ପତ୍ତି ବୋଲି ତାଙ୍କ ପାଖରେ କିଛି ନାହିଁ । ଯେଉଁ ଘର ଥିଲା, ତାକୁ ସେ ଗ୍ରାମବାସୀଙ୍କ ନାମରେ କରି ଦେଇଛନ୍ତି । କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ସେ ୟୁପିର ରାଜ୍ୟପାଳ ଭାବେ ତୃତୀୟ ବ୍ୟକ୍ତି ଥିଲେ । ସଭ୍ୟ, ପାର୍ଲିଆ ମେଣ୍ଟର ଏସସି/ଏସଟି ୱେଲଫେୟାର କମିଟିର ସଦସ୍ୟ, ଗୃହ ମନ୍ତ୍ରାଳୟ, ପେଟ୍ରୋଲିୟମ୍ ମନ୍ତ୍ରାଳୟ, ସୋଶିଆଲ ଜଷ୍ଟିସ୍, ରାଜ୍ୟସଭା ହାଉସିଂ କମିଟି ମେମ୍ବର ଚେୟାରମ୍ୟାନ, ଡ.ବି. ଆର. ଆମ୍ବେଦକର ୟୁନିଭରସିଟିା ମ୍ୟାନେଜମେଣ୍ଟ ବୋର୍ଡରେ ମଧ୍ୟ ରହି ସାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୧୯୯୪ରୁ ୨୦୦୬ ଯାଏ ସେ ରାଜ୍ୟସଭା ସଦସ୍ୟ ରହିଛନ୍ତି । ଦୁଇଥର ଭାଜପାର ଅନୁସୂଚିତ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରବକ୍ତା ରହିଛନ୍ତି । ୨୦୧୭ , ଜୁଲାଇ ୨୫ ତାରିଖରେ ସେ ରାଷ୍ଟ୍ରପତି ପଦର ଶପଥ ନେଇଥିଲେ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0