ନୂଆଦିଲ୍ଳୀ: ମଧ୍ୟପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା । ତେବେ ମଧ୍ୟପ୍ରଦେଶ ହାଇକୋର୍ଟ ଜଣେ ଯୌନ ନିର୍ଯାତନକରୀକୁ ‘ରାଖି’ ବାନ୍ଧିବା ସର୍ତ୍ତରେ ଜାମିନ ଦେଇଥିବା ଘଟଣା ସାରା ଦେଶରେ ଏବେ ଚର୍ଚ୍ଚାରେ । ଏନେଇ ୯ଜଣ ମହିଳା ଓକିଲ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବାର ସୂଚନା ମିଳିଛି । ଅନ୍ୟପଟେ ଏ.ଏମ. ଖାନୱିଲକରଙ୍କ ନେତୃତ୍ୱାଧୀନ ପୀଠ ଶୁକ୍ରବାର , ସଂକ୍ରାନ୍ତରେ ବେଣୁଗୋପାଳଙ୍କୁ କାର୍ଯ୍ୟାଳୟକୁ ନୋଟିସ ଜାରି କରିଛନ୍ତି ଏବଂ ନଭେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି । ସୂଚନା ଅନୁସାରେ, ବଳକ୍ରାର ପୀଡିତାଙ୍କୁ ‘ରାଖି’ ବାନ୍ଧିବାକୁ ଅନୁରୋଧ କରିବେ ବୋଲି ସର୍ତ୍ତ ରଖି ଜରେ ଅଭିଯୁକ୍ତକୁ ମଧ୍ୟପ୍ରଦେଶ ହାଇକୋର୍ଟ ଗତ ଜୁଲାଇ ମାସରେ ଜାମିନ ମଞ୍ଜୁର କରିଥିଲେ । ତେବେ ଏହା ଆଇନ ସମ୍ମତ ହୋଇ ନଥିବାର ଦର୍ଶାଇ ସମଗ୍ର ଦେଶରେ ଏହାର ପ୍ରତିବାଦ କରାଯାଇଥିଲା । ଅନ୍ୟପଟେ ଏଭଳି ସତ୍ତରୁ ଅଦାଲତ ନିବୃତ ରହିବା ଉଚିତ ବୋଲି ଦର୍ଶାଇ ହାଇକୋର୍ଟଙ୍କ ରାୟ ବିରୋଧରେ ମହିଳା ଓକିଲମାନେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0