spot_img

ବିପୁଳ ପରିମାଣର ନକଲି ମଦ ଜବତ, ୨ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ତଳମୂଳ ପାଟଣା ଗୋଡିସାହିରୁ ବିପୁଳ ପରିମାଣ ନକଲି ବିଦେଶୀ ମଦ ଜବତ । ୭ଶହ ବୋତଲ ମଦ ଜବତ ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, ଦୀର୍ଘ ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ନକଲି ବିଦେଶୀ ମଦ କାରବାର ଚାଲିଥିଲା । ଯାହାର ଖବର ପାଇ ପୋଲିସ ପାଟଣା ଗୋଡିସାହିରେ ଚଢାଉ କରିଥିଲେ । ଏହି ଚଢାଉ ସମୟରେ ୭ଶହ ବୋତଲ ମଦ ଜବତ କରିବା ସହିତ ୨ଜଣଙ୍କୁ ଗିରଫ କରିଛି ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ । କେବଳେ ସେତିକି ନୁହେଁ, ମଦ ପାଇ ବ୍ୟବହୃତ ଷ୍ଟିକର , ଠିପି, ସ୍ପିରିଟ ଓ ଖାଲି ବୋତଲ ଜବତ କରିଛି ପୋଲିସ  ।

ବୋତଲ ଗୁଡିକ ବିଭିନ୍ନ କବାଡି ଦୋକାନରୁ ସଂଗ୍ରହ କରି ଆଣଥିବା ଅଭିଯୁକ୍ତ ମାନେ ସ୍ବୀକାର କରିଛନ୍ତି । ନକଲି ମଦ ପାଇଁ ଏସବୁ କାରବାର ବୋଲି ସୂଚନା ରହିଛି ।  ଘଟଣାରେ ତଦନ୍ତ ଜାରି ରହିଛି । ନିକଟରେ ମହିଧରପୁର ଫାଣ୍ଡି ଥିଲେ ମଧ୍ୟ କିପରି ମଦ କାରବାର ଚାଲିଥିଲା। ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

 

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular