ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ସଦରଥାନା ଅନ୍ତର୍ଗତ ଏକ ଗାଁରେ ଘଟିଛି ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ତାହା ପୁଣି ୩ଜଣ ନାବାଳକଙ୍କ ନାଁର । ଅଭିଯୋଗ ଆସିବା ପରେ ପୋଲିସ ଘଟଣାରେ ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ସଦରଥାନା ଅନ୍ତର୍ଗତ ଏକ ଗାଁରୁ ଆସିଛି ସାଙ୍ଘାତିକ ଅଭିଯୋଗ । ଜଣେ ୧୦ବର୍ଷର ନାବାଳିକାକୁ ସେହି ଗାଁର ୩ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଏନେଇ ଅଭିଯୋଗ ଆସିବା ପରେ ଆକ୍ସନକୁ ଆସିଛି ପୋଲିସ ।ଘଟଣାରେ ସଂପୃକ୍ତ ଥିବା ୩ଜଣ ଅଭିଯୁକ୍ତ ବର୍ତ୍ତମାନ ପୋଲିସ କବ୍ଜାରେ ଥିବା ସୂଚନା ମିଳିଛି । କିନ୍ତୁ ପୋଲିସ କେଉଁଠି ରଖି ପଚରାଉଚରା କରୁଛି । ସେନେଇ କିଛି ବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ । ତେବେ ପୋଲିସ ଅଟକ ରଖିଥିବା ୩ଜଣ ଅଭିଯୁକ୍ତ ନାବାଳକ ବୋଲି ସୂଚନା ମିଳିଛି । ଘଟଣାରେ ଅଧିକ ତଥ୍ୟା ଯୋଗାଡରେ ଲାଗିଛି ପୋଲିସ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0