ନୂଆଦିଲ୍ଲୀ: କରୋନା ପାଇଁ ହେବନି ଶୀତ ଅଧିବେଶନ ତେବେ ଜାନୁଆରୀରେ ଡକାଯିବ ବଜେଟ ଅଧିବେଶନ । କରୋନା ମହାମାରୀ ଯୋଗୁଁ ଚଳିତବର୍ଷ ସଂସଦର ଶୀତ ଅଧିବେଶନ ହେବନି ବୋଲି ନିଷ୍ପତ୍ତି ହୋଇଛି । ଯାହା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଏକ ଚିଠିର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଜଣାଇଛନ୍ତି ।
ଚିଠିରେ ଉଲ୍ଲେଖ, ଆସନ୍ତାବର୍ଷ ଜାନୁଆରୀରେ ସଂସଦର ବଜେଟ୍ ଅଧିବେଶନ ଡକାଯିବ । ବର୍ତ୍ତମାନ ଶୀତ ଦିନ ସହ ଦିଲ୍ଲୀରେ ସଂକ୍ରମଣ ବଢୁଛି । ଏଭଳିସ୍ଥିତିରେ ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା ପରେ ଶୀତକାଳୀନ ଅଧିବେଶନ ଡାକିବା ଉଚିତ ନୁହେଁ ବୋଲି ବହୁମତ ପ୍ରକାଶ ପାଇଥିଲା । ତେବେ କୃଷକ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇପାରିବ । ଆଇନରେ ସଂଶୋଧନ ଅଣାଯାଇ ପାରିବ ବୋଲି କଂଗ୍ରେସ ନେତା ଆଧୀର ରଞ୍ଜନ ଚୌଧୁରୀ ଦାବି କରିଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0