କରେନା ନିୟନ୍ତ୍ରଣ ପାଇଁ ୪ଟି ଜିଲ୍ଲା ସମେତ ଗୋଟିଏ ମହାନଗର ନିଗମରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି । ଏମିତି ପରିସ୍ଥିତିରେ ସାଧାରଣ ଜନସାଧାରଣଙ୍କୁ ରାତିରେ ଜରୁରୀକାଳୀନ ସେବା ଯୋଗାଇ ଦେବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଶେଷ ପଦକ୍ଷେପ ଗ୍ରହଣ କରିଛି । ସେଥିପାଇଁ ୨୨ଟି ଅଟୋକୁ ଅନୁମତି ଦିଆଯାଇଛି । ଅଟୋ ଡ୍ରାଇଭରଙ୍କ ଫୋନ ନମ୍ବର ସର୍ବସାଧାରଣରେ ଜାରି କରାଯାଇଛି । ଏହି ନମ୍ବରରେ ଫୋନ୍ କରି ଜରୁରୀ ସେବା ପାଇ ପାରିବେ ସାଧାରଣ ଜନତା । ବ୍ରହ୍ମପୁର ମହାନଗର ନିଗମ ତରଫରୁ ପ୍ରତି ଏକ କିଲୋମିଟର ପିଛା ୧୦ଟଙ୍କା ଲେଖାଏଁ ଅଟୋ ଭଡା ଧାର୍ଯ୍ୟ କରାଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0