ପୁନଶ୍ଚ ପରୀକ୍ଷା ହେଲା ଭାରତର ପ୍ରଥମ ପାରମ୍ପରିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ପ୍ରଳୟ’ । ଭାରତର ପ୍ରଥମ ପାରମ୍ପରିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ପ୍ରଳୟ’ ଦେଶର ଉତ୍ତର କିଂବା ପଶ୍ଚିମ ସୀମାନ୍ତ ଆରପଟୁ ଆଶଙ୍କା କରାଯାଉଥିବା ଯେକୗଣସି ପାରମ୍ପରିକ କ୍ଷେପଣାସ୍ତ୍ରର ମୁକାବିଲା କରିପାରିବ। ‘ନୋ ଫାଷ୍ଟ୍ ୟୁଜ୍’ ପାରମାଣବିକ ନୀତି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଭାରତ ପାଖରେ ପାରମ୍ପରିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନ ଥିବାରୁ ‘ପ୍ରଳୟ’ର ପୁନର୍ବିକାଶ ଅତି ଗୁରୁତ୍ବପୂର୍ଣ୍ଣ ଅଟେ। କ୍ରମାଗତ ଦୁଇ ଦିନ ଧରି ସଫଳତାର ସହ ପାରମ୍ପରିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରାଯିବା ମଧ୍ୟ ଦେଶ ପାଇଁ ପ୍ରଥମ ଐତିହାସିକ ଘଟଣା।

ବୁଧବାର ପରୀକ୍ଷା ହୋଇଥିବା କ୍ଷେପଣାସ୍ତ୍ରର ଗତି ଭେଦ ଲକ୍ଷ୍ୟ ଥିଲା ୪୦୦ କିଲୋମିଟର୍। ଏହି କ୍ଷେପଣାସ୍ତ୍ର ଉଭୟ ସ୍ଥଳ ଓ ସମୁଦ୍ରରେ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିବାରେ ସମର୍ଥ ହେବ। ପ୍ରଥମ କରି କରାଯାଇଥିବା ଏଭଳି ଉନ୍ନତିକରଣ ନିମନ୍ତେ ‘ଡିଆର୍ଡିଓ’ ଏବଂ ସହଯୋଗୀ ଟିମ୍ଙ୍କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଭିନନ୍ଦନ ଜଣାଇଥିଲେ।

କଠିନ ଇନ୍ଧନରେ ଚାଲୁଥିବା ଯୁଦ୍ଧକ୍ଷେତ୍ରର ଏହି କ୍ଷେପଣାସ୍ତ୍ରକୁ ବିକଶିତ କରିଛି ‘ଡିଫେନ୍ସ୍ ରିସର୍ଚ ଡେଭ୍ଲପ୍ମେଣ୍ଟ୍ ଅର୍ଗାନାଇଜେସନ୍’ (ଡିଆର୍ଡିଓ)। ‘ଇଣ୍ଡିଆନ୍ ବାଲିଷ୍ଟିକ୍ ମିସାଇଲ୍ ପ୍ରୋଗ୍ରାମ୍’ର ‘ପୃଥ୍ବୀ ଡିଫେନ୍ସ୍ ଭେଇକ୍ଲ୍’ରୁ ଏହାକୁ ନିକ୍ଷେପ କରାଯାଏ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0