ନୂଆଦିଲ୍ଳୀ : ସନି ଲିଓନି ନିଜର ନୂଆ ଗୀତ ‘ମଧୁବନ’କୁ ନେଇ ବିବାଦ ଘେରରେ ଆସିଛନ୍ତି । ୨୨ ଡିସେମ୍ବରରେ ରିଲିଜ ହୋଇଥିବା ଭିଡିଓରେ ତାଙ୍କର ଡାନ୍ସ ଭିଡିଓକୁ ନେଇ ଏବେ ଚର୍ଚ୍ଚାରେ ସନି ଲିଓନି । ଯାହାକୁ ନେଇ ମ୍ୟୁଜିକ୍ ଭିଡିଓ ଦେଖିବା ପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ କରାଯାଉଛି । ଅଭିଯୋଗ ହୋଇଛି କି ଗୀତ ଜରିଆରେ ସନି ଲିଓନି ହିନ୍ଦୁଙ୍କ ଭାବନାକୁ ଆଘାତ ପହଞ୍ଚାଉଛନ୍ତି ।
ସନ୍ନି ଲିଓନିଙ୍କ ଏହି ଗୀତକୁ କନିକା କପୁର ଗାଇଛନ୍ତି । ପୂର୍ବରୁ ସନ୍ନି ଲିଓନି ଏବଂ କନିକା କପୁରଙ୍କ ସୁପରହିଟ୍ ଯୋଡ଼ି ‘ବେବି ଡଲ’ ଗୀତରେ ନଜର ଆସିଥିଲେ ଯାହା ଖୁବ୍ ପ୍ରସିଦ୍ଧ ହୋଇଥିଲା । ସନ୍ନି ଲିଓନିଙ୍କ ଡାନ୍ସ ମୁଭକୁ ଗଣେଶ ଆଚାର୍ଯ୍ୟ କୋରିଓଗ୍ରାଫ୍ କରିଛନ୍ତି । ଲିରିକ୍ସ ମନୋଜ ଯାଦବ ଲେଖିଛନ୍ତି । ଗତ ସପ୍ତାହରେ ଗୀତର ପ୍ରମୋସନ ପାଇଁ ସନ୍ନି ବିଗ୍ ବସ୍ ହାଉସରେ ମଧ୍ୟ ପହଞ୍ଚିଥିଲେ ।
ସନି ଲିଓନିଙ୍କ ଗୀତ ରିଲିଜ୍ ହେବା ପରେ ସେ ଏକ ଟ୍ୱିଟ୍ କରି କହିଥିଲେ ଯେ କ’ଣ ଆପଣ ଏହି ଗୀତ ଦେଖି ସାରିଲେଣି ଯାହାର ଉତ୍ତରରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ ଏବଂ କହିଥିଲେ ଏହା ଦ୍ୱାରା ହିନ୍ଦୁଙ୍କ ଭାବନାକୁ ଆଘାତ ପହଞ୍ଚିଛି । ଜଣେ ୟୁଜର କହିଛନ୍ତି ରାଧିକା ଡାନ୍ସର ନୁହେଁ ଭକ୍ତ ଥିଲେ । ମଧୁବନ ଏକ ଶାନ୍ତିର ସ୍ଥାନ । ମଧୁବନରେ ରାଧା ଏମିତି ଡାନ୍ସ କରୁନଥିଲେ । ୟୁଜର୍ସମାନେ ତାଙ୍କ ଗୀତକୁ ଅଶ୍ଳୀଳ ଭିଡିଓ କହି ଏହି ଭିଡିଓର ବୟକଟ କରିବା ନେଇ ଦାବି କରୁଛନ୍ତି। ଏହାକୁ ନେଇ ପ୍ରଶ୍ନ ମଧ୍ୟ କରି କହିଛନ୍ତି ଯେ ଏହି ଗୀତରେ ସନ୍ନି ଯେଉଁଭଳି ଭାବରେ ‘ରାଧା’ କିମ୍ବା ‘ରାଧିକା’ ନାମରେ ନାଚୁଛନ୍ତି, ତାହା ଅତ୍ୟନ୍ତ ଆପତ୍ତିଜନକ ଅଟେ । ଏହି ଗୀତ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛି। ୟୁଜର୍ସ ଆହୁରି ଲେଖିଛନ୍ତି ହିନ୍ଦୁ ଧର୍ମର ମଜା ଉଡ଼ାଯାଇଛି । ଏହା ସହ ‘ମଧୁବନ’ ଗୀତକୁ ବ୍ୟାନ ପାଇଁ ମଧ୍ୟ ଦାବି ହୋଇଛି ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0