spot_img

ବଡ଼ପରଦାରେ ରିଲିଜ ହେବାକୁ ଯାଉଛି ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’

ମୁମ୍ବାଇ: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ । ଏକଥା ସାଉଥ ସୁପରଷ୍ଟାର ପ୍ରଭାସ ନିଜେ ଖୁଲାସ କରିଛନ୍ତି । ଏନେଇ ସେ ନିଜ ସୋସିଆଲ ମିଡ଼ିଆରେ ଫିଲ୍ମର ଟାଇଟଲ ପୋଷ୍ଟର ସେୟାର କରିଛନ୍ତି । ଯେଉଁଥିରେ ସେ କ୍ୟାପସନରେ ଲେଖିଛନ୍ତି ‘ଆଦିପୁରୁଷ’ ପେକ୍ଷାଳୟରେ ୨୦୨୨ ଅଗଷ୍ଟ ୧୧ରେ ମୁକ୍ତିଲାଭ କରିବ ।

ଫିଲ୍ମର କାହାଣୀ ପୌରାଣିକ ଗ୍ରନ୍ଥ ରାମାୟଣ ଉପରେ ଆଧାରିତ। ଏଥିରେ ପ୍ରଭାସ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ରାବଣର ଭୂମିକାରେ ଅଭିନୟ କରୁଛନ୍ତି ଛୋଟେ ନୱାବ୍ ଶୈଫ୍ ଅଲ୍ଲୀ ଖାନ୍। ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଶୈଫ୍ ଓ ପ୍ରଭାସ ଏକାଠି ସ୍କ୍ରିନ୍ରେ ନଜର ଆସିବେ।

ଏହି ଦୁହିଁଙ୍କ ବ୍ୟତୀତ ଏହି ଫିଲ୍ମରେ ଆହୁରି ଅନେକ ବଡ଼ ବଡ଼ ତାରକା ନଜର ଆସିବେ। ତେବେ ଫିଲ୍ମର ହିରୋଇନ କିଏ ହେବ ସେ ନେଇ କୌଣସି ନାମ ଚୂଡ଼ାନ୍ତ ହୋଇନାହିଁ। ସୀତାଙ୍କ ଭୂମିକା ପାଇଁ କିର୍ତ୍ତୀ ସୁରେଶ, ଅନୁଷ୍କା ଶର୍ମା ଓ କିଆରା ଆଡଭାନୀଙ୍କ ନାଁ ଚର୍ଚ୍ଚାରେ ରହିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular