ଭୁବନେଶ୍ୱର: ଶସ୍ତା ହେଲା କୋଭିଡ଼ ପରୀକ୍ଷଣ । ରାଜ୍ୟରେ ଘରୋଇ ସଂସ୍ଥାରେ କୋଭିଡ଼ ଟେଷ୍ଟ କରାଯିବ । ଏଣିକି ୧୨ ଶହ ଟଙ୍କାରେ ହେବ ଆରଟିପିସିଆର ଟେଷ୍ଟ । ଭୁବନେଶ୍ୱର ୪ଟି ସ୍ଥାନରେ କରିହେବ ଏହି ଟେଷ୍ଟ ।
ଆଇଏମଏସ ଆଣ୍ଡ୍ ସମ ହସ୍ପିଟାଲରେ ହୋଇପାରିବ ଆରଟିପିସିଆର ଟେଷ୍ଟ । ଏହା ସହ ଆପୋଲୋ ହସ୍ପିଟାଲର ଲ୍ୟାବ୍ ସଭିସ ବିଭାଗରେ ମଧ୍ୟ ଏହି ଟେଷ୍ଟ କରାଯାଇପାରିବ । InDNA ଲାଇଫ ସାଇନ୍ସରେ ମଧ୍ୟ ପରୀକ୍ଷା ହୋଇପାରିବ । GenX ଡ଼ାଇଗ୍ନୋଷ୍ଟିକ ରେ ହେବ ଟେଷ୍ଟ । ପୂର୍ବରୁ ୨୨ଶହ ଟଙ୍କାରେ ଦେୟ ସ୍ଥିର ହୋଇଥିଲା । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0