ନୂଆଦିଲ୍ଲୀ : ମହାମାରୀ ସମୟରେ ବୃଦ୍ଧି ପାଉଛି ଆତ୍ମହତ୍ୟା ହାର । ତେଣୁ ମାନସିକ ସ୍ବାସ୍ଥ୍ୟ ଅଧିକାର ସମ୍ପର୍କିତ ଆକ୍ସନ ରିପୋର୍ଟ ଦାଖଲ କରିବା ପାଇଁ ଦେଶର ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଦାଖଲ କରାଯାଇଥିବା ପିଟିସନର ଶୁଣାଣି କରି ଏନଏଚଆରସି ନିର୍ଦ୍ଦେଶ ଜାରି କରିଛନ୍ତି। ସରକାରଙ୍କ ଦ୍ବାରା ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ କୌଣସି ଆବଶ୍ୟକୀୟ ପଦକ୍ଷେପ ନନେବା ତଥା କରୋନା ମହାମାରୀ ସମୟରେ ଆତ୍ମହତ୍ୟାର ଧାରା ବୃଦ୍ଧି ହୋଇଥିବାର ଶ୍ରୀ ତ୍ରିପାଠୀ ପିଟିସନରେ ଦର୍ଶାଇଛନ୍ତି। ପ୍ରତ୍ୟେକ ନାଗରିକଙ୍କର ମାନସିକ ସ୍ବାସ୍ଥ୍ୟ ଅଧିକାରକୁ ସୁନିଶ୍ଚିତ କରିବା ତଥା ମାନସିକ ରୋଗରେ ନିରାକରଣ ତଥା ଚିକିତ୍ସା ପାଇଁ ସେ ଏନଏଚଆରସିଙ୍କର ହସ୍ତକ୍ଷେପ ଲୋଡିଛନ୍ତି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0