spot_img

ତୈଳଦର ବୃଦ୍ଧି ନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ମତ

ନୂଆଦିଲ୍ଲୀ: ଗତ କିଛିଦିନ ମଧ୍ୟରେ ଦେଶରେ ପେଟ୍ରୋଲ ଓ ଡିଜେଲର ଦର ଆକଶଛୁଆଁ ହୋଇଛି । ଏନେଇ ସାଧାରଣ ଲୋକଙ୍କୁ ସହାୟତା ଦେବାକୁ ସରକାର ଟ୍ୟାକ୍ସ କମାନ୍ତୁ ବୋଲି ସରକାରଙ୍କ ଉପରେ ଚାପ ବି ବଢିବାରେ ଲାଗିଛି। ବିରୋଧୀଙ୍କ ଠାରୁ ସାଧାରଣ ଲୋକଙ୍କ ପର୍ୟ୍ୟନ୍ତ ଏନେଇ ସରକାରଙ୍କ ଉପରେ ଚାପ ପକାଉଛନ୍ତି । ଏହାରି ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଟ୍ୟାକ୍ସ କମାଇ ତୈଳଦର ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଚାଲିଥିବା ମୁଦ୍ରାନୀତି ସମୀକ୍ଷା ବୈଠକ ପୂର୍ବରୁ ଏଭଳି ମତ ରଖିଛନ୍ତି ଶ୍ରୀ ଦାସ । ଶ୍ରୀ ଦାସ କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କୁ ଅପିଲ କରିଛନ୍ତି କି ପରୋକ୍ଷ ଭାବେ ଆଦାୟ କରାଯାଉଥିବା ଟ୍ୟାକ୍ସକୁ କମାଯାଉ । ଫଳରେ ପେଟ୍ରୋଲ ଓ ଡିଜେଲର ଦର ହ୍ରାସ ପାଇବ । ଏହାସହ ସେ ଉପଦେଶ ଦେଇଛନ୍ତି କି ଟ୍ୟାକ୍ସକୁ ଧିରେ ଧିରେ କମାଇବା ଦରକାର, ଯାହାଫଳରେ ଏହାର ପ୍ରଭାବ ଅର୍ଥନୀତି ଉପରେ ପଡିବ ନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular