ରାଜକନିକା କେଶବାନନ୍ଦ ଉପ୍ରା ବିଦ୍ୟାଳୟରେ ଆୟୋଜିତ ହୋଇଜାଇଛି ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୧ । ରାଜକନିକା ବ୍ଲକ ଶିକ୍ଷା ଅଧକାରୀଙ୍କ କାର୍ୟ୍ୟାଳୟ ଦ୍ୱାରା ଏହି ସୁରଭି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମ ରେ ବ୍ଲକ ର ୫୮ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସାଧାରଣ ଜ୍ଞାନ, ରଚନା ଲିଖନ,ନୃତ୍ୟ,ଭାଷଣ,ସଙ୍ଗୀତ ଓ ଚିତ୍ରଙ୍କନ ପରି ପ୍ରତିଯୋଗିତାରେ ଭାଗ ନେଇଥିବା ଦେଖିବାକୁ ମିଳିଥିଲା । ଆନୁଷ୍ଠାନିକ ଭାବେ କନିକା ତହସିଲଦାର ପ୍ରଦୀପ ପ୍ରଜ୍ଵଳନ କରି କାର୍ୟ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ବ୍ଲକ ଶିକ୍ଷାଧିକାରୀ,ବିଆରସିସି,ସିଆରସିସି ଓ ବ୍ଲକ ର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥେôଲ । ଯେଉଁ ଛାତ୍ରଛାତ୍ରୀ ମାନେ ପ୍ରତି ଯୋଗୀତାରେ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେଙ୍କୁ ଆଜି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟଳୟରେ ଭାଗନେଇ ରାଜ୍ୟ ସ୍ତରରେ ପ୍ରତିଯୋଗିତା କରିବାକୁ ସୁଯୋଗ ପାଇବେ ।ତେବେ ଛାତ୍ରଛାତ୍ରୀ ମାନଙ୍କ ଅନ୍ତନିହିତ ଗୁଣର ବିକାଶ ଲାଗି ରାଜ୍ୟ ଗଣ ଶିକ୍ଷା ବିଭାଗର ଏଭଳି ଅଭିନବ ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂଶା କରାଯାଇଥିବା ଦେଖିବାକୁ ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0