ବରଗଡ଼: ବରଗଡ଼ର ଲୋକସଭା ସାଂସଦ ସୁରେଶ ପୂଜାରୀ କରୋନା ଆକ୍ରାନ୍ତ ହୋଇଛନ୍ତି | ଏ ନେଇ ସେ ଟ୍ୱିଟ କରି ଜଣାଇଛନ୍ତି | ଟ୍ୱିଟରେ, କୋଭିଡ-୧୯ର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି କରୋନା ପରୀକ୍ଷା ପାଇଁ ମୋର ସ୍ୱାବ ନମୁନା ଦେଇଥିଲି | ଆଜି ମୋର ରିପୋର୍ଟ ପଜିଟିଭ୍ ଆସିଛି ବୋଲି ବରଗଡ଼ ଜିଲ୍ଲାପାଳ ମୋତେ ସୁଚନା କରିଛନ୍ତି | ସମ୍ବଲପୁର ଓ ବରଗଡ଼ ଜିଲ୍ଲାପାଳ ତଥା ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ ଆଇସୋଲେସନରେ ଅଛି ଏବଂ ସୁସ୍ଥ ଅଛି ବୋଲି ସେ ଟୁଇଟ କରି ଜଣାଇଛନ୍ତି |



Visitors Today : 3
Total Visitors : 130169
Total Views : 9891615
Visitors Online Now : 0