ଆଜି ପବିତ୍ର ଗଣେଶ ଚତୁର୍ଥୀ । ଗାଁ ହେଉ କି ସହର ସବୁଠାରେ ବଡ଼ ଧୁମ୍ଧାମ୍ରେ ପାଳନ କରାଯାଇଥାନ୍ତା ବିଘ୍ନରାଜଙ୍କ ପୂଜା । କିନ୍ତୁ କରୋନା ପାଇଁ ରାଜ୍ୟ ସରକାର ଗଣେଶଙ୍କ ପୂଜାରେ କଟକଣା ଜାରି କରିଛନ୍ତି । ଏ ସବୁ କଟକଣା ଭିତରେ ଯାଜପୁରର ଉତ୍କଳ ଷ୍ଟୁଡେଣ୍ଟ୍ ଆସୋସିଏସନ ଏକ ନିଆରା ଢ଼ଙ୍ଗରେ ଗଣେଶ ଉତ୍ସବ ପାଳନ କରିଛି । ଏହି ଦିନରେ ଆସୋସିଏସନର କର୍ମକର୍ତ୍ତା ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିଛନ୍ତି ।

କାର୍ଯ୍ୟକ୍ରମରେ ଆଦିତ୍ୟ କୁମାର ଜେନା, ରିଷିରାଜ ବିଶ୍ୱାଳ, ଜୀବନ ଦାଶ ତାରିଣୀ ପ୍ରସାଦ ସ୍ୱାଇଁ , ସାଗର ବିଶ୍ୱାଳ, ନିରଞ୍ଜନ ସ୍ୱାଇଁ , ମୃତ୍ୟୁଞ୍ଜୟ ସାମଲ, ଜିତୁ ବାରିକ, କୃତିବାସ ଦାଶ, ନିଶିକାନ୍ତ ଜେନାଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0