କୁକୁଡାଖଣ୍ଡି: ଦେଶ ପାଳନ କରିଲା ୭୨ ତମ ସାଧାରଣ ତନ୍ତ୍ର ଦିବସ l ସ୍ୱାଧୀନତା ସଂଗ୍ରାମୀଙ୍କୁ ସନମାନ ଜଣାଇଲା ଦେଶ l ଏହା ସହ ଚିକିଟି ଗୋବିନ୍ଦ ନଗର ରେ ରହିଥିବା କରୁନାଶାନ୍ତି ଆବାସିକ ମହାବିଦ୍ୟାଳୟରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ କୋଭିଡି -୧୯ ଆଧାର କରି ସାମାଜିକ ଦୂରତା,ସାନିଟାଇଜର ଲଗାଇବା ସହ ଉସ୍ଛବକୁ ପାଳନ କରିଛି ଅନୁଷ୍ଠାନ l ସମସ୍ତ ଛାତ୍ର ଛାତ୍ରୀ ଓ ଅଧ୍ୟାପିକା, ଅଧ୍ୟପକ ସାମାଜିକ ଦୂରତାର ସହ ଧାଡି ରେ ରହି ପାଳନ କରାଯାଇଥିଲା l ଅନୁଷ୍ଠାନ ର ସମ୍ପାଦକ ବିଜୟ ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ, ଏହା ସହ କଲେଜ ଅଧକ୍ଷ ରଶ୍ମିତା ମିଶ୍ର ପତାକା ଉତୋଳନ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ଏହି ମଧ୍ୟରେ ସମ୍ପାଦକ ଛାତ୍ର ଛାତ୍ରୀ ମାନଙ୍କୁ ଭାଷଣ ଦେଇଥିଲେ lଏହି ଉଶ୍ଚବରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟପକ, ଅଧ୍ୟପିକା, ସମସ୍ତ କର୍ମଚାରୀ ବୃନ୍ଦ କାର୍ୟ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା lଏହି ମଧ୍ୟରେ କୁକୁଡାଖଣ୍ଡି ବ୍ଲକ ରେ ପାଳିତ ହୋଇଯାଇଛି ସାଧାରଣତନ୍ତ୍ର ଦିବସ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଗୋଷ୍ଟି ଉନ୍ନୟନ ଅଧିକାରୀ ଗଦାଧର ପାତ୍ର,ବ୍ଲକ ଶିକ୍ଷା ଅଧିକାରୀ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ପତାକା ଉତ୍ତଳନ କାର୍ୟ୍ୟକ୍ରମ କରାଯାଇଥିଲା ଏହା ସହ କୁନି କୁନି ପିଲା ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଏଥି ମଧ୍ୟରେ କୁକୁଡାଖଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ମଧ୍ୟ ପାଳିତ ହୋଇଯାଇଛି ୭୨ ତମ ସଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି l



Visitors Today : 1
Total Visitors : 130423
Total Views : 9891953
Visitors Online Now : 0