ଏକ ବିରଳ ପ୍ରଜାତିର କଛପ ଉଦ୍ଧାର କରା ଯାଇଛି।ଯାହା କେବେ ଏ ଅଞ୍ଚଳରେ ଦେଖିବାକୁ ମିଳି ନ ଥିଲା।କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜକନିକା ବ୍ଲକ ଅଧିନ କାଟଣା ପଞ୍ଚାୟତ ଜୟକୁଣ୍ଡା ଗ୍ରାମରୁ ଏକ ବିରଳ ପ୍ରଜାତିର କଛପ ଉଦ୍ଧାର କରା ଯାଇଛି। ଜୟକୁଣ୍ଡ ଗ୍ରାମର ସମ୍ଭୁ ବାରିକ ଙ୍କ ପୁତ୍ର କୈଳାସ ଚନ୍ଦ୍ର ବାରିକ ନିକଟସ୍ତ ନଦୀକୁ ମାଛ ଧରିବାକୁ ଜାଲ ନେଇ ଯାଇଥିଲେ।ତାଙ୍କ ଜାଲରେ ଏକ ବିରଳ ପ୍ରଜାତିର କଛପ ପଡିଥିବାର ଦେଖି ମାଛ ନ ଧରି କଛପ କୁ ନେଇ ପଳାଇ ଆସିଲେ। ଏହି ବିରଳ ପ୍ରଜାତିର କଛପ କୁ ଦେଖିବାପାଇଁ ଲୋକମାନଙ୍କର ସୁଅ ଛୁଟିଥିଲା। ଏ ଖବର ପ୍ରଚାର ହୋଇ ଯିବାରୁ ସ୍ଥାନୀୟ ବନ୍ୟ ଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ସିଂହ ସଙ୍ଗେ ସଙ୍ଗେ DFO ଯଜ୍ଞଦତ୍ତ ପତି ଙ୍କ ଆଦେଶ କ୍ରମେ ଏବଂ ରେଞ୍ଜର ମାନସ କୁମାର ଦାସ ଙ୍କ ନିର୍ଦ୍ଦେଶ ମୁତାବକ ଜୟକୁଣ୍ଡ୍ ଗ୍ରାମରେ ତାଙ୍କ ଟିମ୍ ଫରେଷ୍ଟ ଗାର୍ଡ ସୁବାସ ଚନ୍ଦ୍ର ମାଝୀ,ବିଭୂତି ତରାଇ ଏବଂ ସଞ୍ଜୟଙ୍କ ସହ ପହଂଚି ଉକ୍ତ ବିରଳ ପ୍ରଜାତିର କଛପ ଟିକୁ ଉଦ୍ଧାର କରିଥିଲେ |
ତା ସହିତ ଗ୍ରାମବାସୀଙ୍କ ଉପସ୍ଥିତିରେ ଧରିଥିବା ସୁବାସ ଚନ୍ଦ୍ର ବାରିକଙ୍କୁ ବନ୍ୟ ଖଣ୍ଡ ବିଭାଗ ପକ୍ଷରୁ ଟ ୧୦୦୦/(ଏକ ହଜାର) ଟଙ୍କା ପୁରସ୍କାର ରାଶି ଶ୍ରୀ ସିଂହ ପ୍ରଦାନ କରିଥିଲେ | ଏପରି ବିରଳ ପ୍ରଜାତିର ବନ୍ୟ ଜନ୍ତୁ,ପ୍ରାଣୀ କେବେ ଦେଖନ୍ତି କିମ୍ବା ଧରନ୍ତି ତେବେ ତୁରନ୍ତ ବନ ବିଭାଗକୁ ଜଣାଇବା ପାଇଁ କହିଥିଲେ। ଯଦି କେହି ଏପରି ଖବର ଦିଅନ୍ତି,ତେବେ ବନ ବିଭାଗ ତରଫରୁ ସେମାନଙ୍କ ପାଇଁ ପୁରସ୍କାର ରାଶି ପ୍ରଦାନ କରା ଯିବାକୁ କହି ଥିଲେ।ଏହି ବିରଳ ପ୍ରଜାତିର କଛପ ଯାହାର ପିଠିରେ ଜଗନ୍ନାଥଙ୍କ ଚକା ଆଖି ଚିହ୍ନ ରହିଛି।ଏହାକୁ ଉଦ୍ଧାର କରିବା ସହିତ ବନ୍ୟ ଖଣ୍ଡ କାର୍ଯ୍ୟାଳୟ କୁ ନେବାକୁ ଯାଇ ଶ୍ରୀ ସିଂହ କଣ କହୁଛନ୍ତି ଆସନ୍ତୁ ଶୁଣିବା।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0