ରାଜକନିକା ଥାନା ଅନ୍ତର୍ଗତ ଓଲାଭର-ସିଂହପୁର ରାସ୍ତାର ନହୁଣୀ ଦଇପୁର ଘୋଷରା ନିକଟରୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି | ମୃତ ଜଣଙ୍କ ହେଉଛନ୍ତି ପେଗରପଡ଼ା ଗାଁର ଧନେଶ୍ୱର ମଳିକ ଙ୍କର ପୁଅ ରାଜେଶ ମଳିକ। ଆଜି ସକାଳେ କିଛି ଲୋକ ଶୌଚ ହେବାକୁ ଯାଇଥିବା ବେଳେ ରାଜେଶ ଙ୍କ ମୃତଦେହ ପଡିଥିବାର ଦେଖିଥିଲେ।ଖବର ପାଇ ରାଜେଶଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ରାଜକନିକା ପୋଲିସକୁ ଖବର କରିଥିଲେ। ଘଟଣା ସ୍ଥଳରେ ରାଜକନିକା ପୋଲିସ ପହଞ୍ଚି ରାଜେଶଙ୍କ ମୃତ ଦେହକୁ ଜବତ କରିବା ସହିତ ବ୍ୟବଛେଦ ଲାଗି ଆଳି ପଠାଇ ଅଧିକ ତଦନ୍ତ କରୁଥିବା ଜଣା ପଡ଼ିଛି।ତେବେ ଗତକାଲି ସନ୍ଧ୍ୟାରୁ ରାଜେଶ ଘରୁ ଆସି ଆଉ ଫେରି ନଥିଲେ।ତେବେ ସେ ଅତ୍ୟଧିକ ମଦ୍ୟପାନ କରିବାରୁ ତାଙ୍କର ମୃତ୍ୟୁ ହିଇଥିବା ଅନୁମାନ କରାଯାଉଥିବା ବେଳେ ପୋଲିସ ଅଧିକ ତଦନ୍ତ କରୁଥିବା କହିଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0