spot_img

ଋଷିଗଙ୍ଗା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଉଦ୍ଧାର କାର୍ଯ୍ୟ ଅସ୍ଥାୟୀଭାବେ ବନ୍ଦ

ଉତ୍ତରାଖଣ୍ଡ ଚାମୋଲି ହିମସ୍ଖଳନରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏପର୍ଯ୍ୟନ୍ତ ୩୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨୦୪ ଜଣ ନିଖୋଜ ଅଛନ୍ତି । ଉତ୍ତରା ଖଣ୍ଡÿ ରାଜ୍ୟପାଳ ବେବେ ରାଣି ଆଜି ଘଟଣା ସ୍ଥଳରେ ପହଞ୍ଚି ଆଇଟିବିପି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଅନ୍ୟପଟେ ଋଷିଗଙ୍ଗା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଉଦ୍ଧାର କାର୍ଯ୍ୟକୁ ଅସ୍ଥାୟୀଭାବେ ବନ୍ଦ କରିଦିଆଯାଇଛି । ଜଳସ୍ତର ବୃଦ୍ଧିକୁ ଦେଖି ତଳଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଲାଗି କୁହାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular