ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ଲାନ ସମ୍ପର୍କରେ ଗୃହରେ ସର୍ବସମ୍ମତ ସଂକଳ୍ପ ପାରିତ ହୋଇଛି । ବାଚନିକ ଭୋଟରେ ଶ୍ରୀମନ୍ଦିର ସଂକଳ୍ପ ପାରିତ ହୋଇଛି । ତେବେ ଏହି ସଂକଳ୍ପ ଆଗତ ବେଳେ ମୁଖ୍ୟମନ୍ତ୍ରୀ ନିଜ ବିବୃତି ରଖିଛନ୍ତି। ଭର୍ଚୁଆଲ ମାଧ୍ୟମରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ୩ଟି ବିଷୟରେ ପ୍ରସ୍ତାବ ଆଣିଛନ୍ତି। ସଂକଳ୍ପ ନେବା ଓ ଶୀଘ୍ର କାମ ସାରିବାକୁ ନିଷ୍ଠାର ସହ ଉଦ୍ୟମ କରିବା। ପ୍ରତି ଓଡିଆ, ଜଗନ୍ନାଥପ୍ରେମୀଙ୍କୁ ସେମାନଙ୍କ ଅବଦାନ ରଖିବାକୁ ସୁଯୋଗ ଦେବା। ଯୋଜନା ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କୁ ସେମାନଙ୍କ ତ୍ୟାଗ ପାଇଁ ଧନ୍ୟବାଦ ଦେବା।
ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି ଯେ, ଐତିହ୍ୟ କରିଡର ବିକାଶ ପାଇଁ ଶ୍ରୀମନ୍ଦିର ପରିକ୍ରମା ଯୋଜନା କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ୩ଟି ବିଷୟକୁ ଗୁରୁତ୍ଵ ଦିଆଯାଇଛି। ଶ୍ରୀମନ୍ଦିର ନିରାପତ୍ତା, ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ନିରାପତ୍ତାକୁ ଗୁରୁତ୍ଵ ଦିଆଯାଇଛି। ଭକ୍ତଙ୍କ ପାଇଁ ଏକ ଆଧ୍ୟାତ୍ମିକ ପରିବେଶ ପାଇଁ ବ୍ୟବସ୍ଥା କରାଯାଇଛି। ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ଦିବ୍ୟ ଅନୁଭୂତି ନେଇ ଫେରିବେ। ସମସ୍ତ ସେବାୟତ, ପୁରୀବାସୀ ଓ ଗଜପତି ମହାରାଜାଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0