ଗତ ଏକ ମାସ ହେଲା ନାଗା ଚୈତନ୍ୟ ହୋଟେଲରେ ଅଛନ୍ତି। ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ ହାଇଦ୍ରାବର ଏକ ଲଗଜୁରୀ ହୋଟେଲରେ ଅଛନ୍ତି ନାଗା ଚୈତନ୍ୟ। ସେ ଘର ଛାଡି ଚାଲି ଆସିଥିବା କୁହାଯାଉଛି। ଏହି ଖବର ଏବେ ସାମ୍ନାକୁ ଆସିବା ପରେ ପୁଣି ସାଉଥ ଇଣ୍ଡଷ୍ଟ୍ରିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଅଲଗା ହୋଇଯାଇଛନ୍ତି ସାଉଥର ସୁପରଷ୍ଟାର ଯୋଡି ନାଗା ଚୈତନ୍ୟ ଏବଂ ସମନ୍ଥା। ଦୁହେଁ ଅକ୍ଟୋବର ୨ରେ ଛାଡପତ୍ର ନେଇଥିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଏହାରି ଭିତରେ ନାଗା ଚୈତନ୍ୟ ଘର ଛାଡି ହୋଟେଲରେ ରହୁଥିବା କଥା ସାମ୍ନାକୁ ଆସିଛି। ଶନିବାର ଦିନ ସମନ୍ଥା ଏବଂ ନାଗା ଚୈତନ୍ୟ ଛାଡପତ୍ର ନେଉଥିବା ନେଇ ଘୋଷଣା କରିଥିଲେ। ସମନ୍ଥା ନିଜ ସୋଶାଲ ମିଡିଆରେ ଏକ ଲମ୍ବା ଚଉଡା ମେସେଜ ଲେଖିଥିଲେ। ସେ କହିଥିଲେ ‘ବେଶ ବିଚାର ବିମର୍ଶ ପରେ ଆମେ ଦୁହେଁ ସ୍ୱାମୀ-ସ୍ତ୍ରୀ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛୁ। ସେପଟେ ପୁଅ ବୋହୂଙ୍କ ଛାଡପତ୍ର ନେଇ ସାଉଥ ସୁପରଷ୍ଟାର ନାଗାର୍ଜୁନ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ଟ୍ୱିଟରରେ ଏକ ପୋଷ୍ଟ ଶେଆର କରି ଲେଖିଥିଲେ, ‘ସମନ୍ଥା ଏବଂ ଚୈତନ୍ୟଙ୍କ ମଧ୍ୟରେ ଯାହା ସବୁ ଘଟିଛି, ତାହା ବେଶ୍ ଦୁର୍ଭାଗ୍ୟପୂର୍ଣ୍ଣ। ଏହା ଉଭୟଙ୍କ ବ୍ୟକ୍ତିଗତ ମାମଲା। ଉଭୟ ସମନ୍ଥା ଏବଂ ଚୈତନ୍ୟ ମୋ ପାଇଁ ବେଶ୍ ପ୍ରିୟ। ମୋ ପରିବାର ସମନ୍ଥାଙ୍କ ସହ ବିତାଇଥିବା ସମସ୍ତ ମୁହୂର୍ତ୍ତକୁ ମନେ ରଖିବ ଏବଂ ସେ ଆମ ସମସ୍ତଙ୍କ ପାଇଁ ସର୍ବଦା ସ୍ୱତନ୍ତ୍ର ରହିବେ। ଭଗବାନ ଉଭୟଙ୍କୁ ସାହସ ଦିଅନ୍ତୁ।’



Visitors Today : 1
Total Visitors : 130303
Total Views : 9891806
Visitors Online Now : 0