ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଘରୋଇ ଅଷ୍ଟ୍ରେଲିଆ ଦଳ ପ୍ରଥମ ମ୍ୟାଚରୁ ହିଁ ତା’ର ବିଜୟ ଅଭିଯାନ ଆରମ୍ଭ କରିଛି । ତେବେ ଅଷ୍ଟ୍ରେଲିଆର ପୂର୍ବତନ କିମ୍ବଦନ୍ତି କ୍ରିକେଟର ରିକି ପଣ୍ଟିଂ ଅଷ୍ଟ୍ରେଲିଆ ପାଖରେ ୪-୦ରେ ସିରିଜ ମୂଳାପୋଛ କରିବା ନେଇ ଭଲ ସୁଯୋଗ ରହିଛି ବୋଲି କହିଛନ୍ତି । ଆଡିଲେଡ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ଆଗରେ ଥିଲେ ମଧ୍ୟ ୨ୟ ଇନିଂସରେ ୩୬ ରନ କରିଥିଲା । ଏହାର ଜବାବରେ ଘରୋଇ ଦଳ ୮ ୱିକେଟରେ ମ୍ୟାଚକୁ ଜିତି ବର୍ଡା-ଗାଭାସ୍କର ଟ୍ରଫିରେ ୧-୦ରେ ଆଗୁଆ ରହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0