spot_img

ଜମ୍ମୁ ଓ କଶ୍ମୀର ସଡ଼କ ଦୁର୍ଘଟଣା : ୮ ମୃତ ଅନେକ ଆହତ

ଆଜି ଜମ୍ମୁ ଓ କଶ୍ମୀରର ଠଥରୀରେ ସଡ଼କ ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ୮ଜଣ ବ୍ୟକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଶୋକ ବ୍ୟକ୍ତ କରିବା ସହ ସେମାନଙ୍କ ପରିବାରବର୍ଗଙ୍କ ପାଇଁ ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଛନ୍ତି। ଠଥରୀରୁ ଡୋଡ଼ା ଅଭିମୁଖେ ଯାତ୍ରା କରୁଥିବା ଗୋଟାଏ ମିନି ବସ୍‌ ଆଜି ପ୍ରତ୍ୟୁଷରେ ଖାଇରେ ପଡ଼ିଯିବାରୁ ୮ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି ଏବଂ ଆଉ କେତେ ଜଣ ଆହତ ହୋଇଛନ୍ତି। , ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପରିବାର ଲାଗି ‘ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍‌ ଫଣ୍ଡ୍‌’ରୁ (ପିଏମ୍‌ଏନ୍‌ଆର୍‌ଏଫ୍‌) ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି। ସେହିଭଳି, ଚିକିତ୍ସା ନିମନ୍ତେ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ମଧ୍ୟ କହିଛନ୍ତି ଯେ, ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଟୁଇଟ୍‌ କରି ସେ ଲେଖିଛନ୍ତି, ଏଇମାତ୍ର ମୁଁ ଡୋଡ଼ାର ଜିଲ୍ଲାପାଳ ବିକାଶ ଶର୍ମାଙ୍କ ସହ କଥାବାର୍ତ୍ତା କରିଛି। ଆହତମାନଙ୍କୁ ଦୋଦାର ‘ଜିଏମ୍‌ସି’କୁ ସ୍ଥାନାନ୍ତର କରାଯାଇଛି। ଠଥରୀରୁ ଡୋଡ଼ା ଅଭିମୁଖେ ଯାତ୍ରା କରୁଥିବା ଗୋଟାଏ ମିନି ବସ୍‌ ଆଜି ପ୍ରତ୍ୟୁଷରେ ଖାଇରେ ପଡ଼ିଯିବାରୁ ୮ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି ଏବଂ ଆଉ କେତେ ଜଣ ଆହତ ହୋଇଛନ୍ତି | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପୋଷ୍ଟ୍‍ ହୋଇଥିବା ଟୁଇଟ୍‌ରେ ଉଲ୍ଲେଖ ଅଛି, ଜମ୍ମୁ ଓ କଶ୍ମୀରର ଡୋଡ଼ା ଅନ୍ତର୍ଗତ ଠଥରୀ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣା ଯୋଗୁଁ ଦୁଃଖିତ। ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଆହତ ହୋଇଥିବା ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular