spot_img

ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଓ ସ୍ତ୍ରୀଙ୍କ ନାମରେ ମାମଲା ରୁଜୁ

ମୁମ୍ବାଇ: ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାକ୍ଷୟ ଏବଂ ତାଙ୍କ ସ୍ତ୍ରୀ ଯୋଗୀତାଙ୍କ ନାମରେ ଏକ ସଙ୍ଗୀନ ଅଭିଯୋଗ ଆଣିଛି ମୁମ୍ବାଇ ପୁଲିସ । ତେବେ ମିଥୁନଙ୍କ ପୁଅ ଜଣେ ଯୁବତୀଙ୍କୁ ଦୁଷ୍ମର୍ମ କରିବା ସହିତ ଗର୍ଭପାତ କରାଇଥିବାର ଅଭିଯୋଗ ଆସିଛି । ଏଥିରେ ମିଥୁନଙ୍କ ସ୍ତ୍ରୀଙ୍କ ମଧ୍ୟ ସମୃକ୍ତ ଥିବାର ସୂଚନା ମିଳିଛି । ସୂଚନା ଅନୁସାରେ, ୨୦୧୫ରେ ମହାକ୍ଷୟ ପୀଡିତାଙ୍କୁ ନିଜ ଘରକୁ ଡାକି ନିଶାସେବନ କରାଇଥିଲେ । ତେବେ ମହାକ୍ଷୟ ପୀଡିତାଙ୍କୁ ନିଶାଶକ୍ତ ଅବସ୍ଥାରେ ବିନା ସହମତିରେ ଶାରୀରିକ ସମ୍ପର୍କ ରଖିଥିଲେ । ଏହା ସହ ପୀଡିତାଙ୍କୁ ବିବାହର ପ୍ରତିଶୃତି ଦେଇ ଠକି ଦେବାର ମଧ୍ୟ ଅଭିଯୋଗ ଆଣିଛନ୍ତି ପୀଡିତା । ତେବେ ଏ ଭଳି କରିବା ପଛରେ ତାଙ୍କ ମା’ଙ୍କର ହାତ ରହିଛି ବୋଲି ପୀଡିତା କହିଛନ୍ତି । ଅନ୍ୟପଟେ ମିଥୁନଙ୍କ ପୁଅ ତାଙ୍କ ପ୍ରେମିକାଙ୍କୁ ୨୦୧୮ ମସିହାରେ ବିବାହ କରିଛନ୍ତି । ତେବେ ଦୀର୍ଘ ୫ବର୍ଷ ପରେ ଏପରି ସଙ୍ଗିନ ଅଭିଯୋଗ ଆଣିବା ସାରା ଦେଶରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular