କଣ୍ଟାପଡା:ମରଣଯନ୍ତା ପାଲଟିଛି ଗୋବିନ୍ଦପୁର କେନାଲ ରାସ୍ତା । ଫଳରେ କାକଟପୁର ବ୍ରାଞ୍ଚ କେନାଲ ଦକ୍ଷିଣ ପାଶ୍ୱର୍ ବନ୍ଧ ଗୋପାଳପୁର ଠାରୁ ଝାରପଡା ପର୍ଯ୍ୟନ୍ତ ଗମନାଗମନ ଅନୁପଯୁକ୍ତ ହୋଇପଡିଛି । କେନାଲ ବନ୍ଧର ବିଭିନ୍ନ ସ୍ଥାନରେ ବିରାଟ ବିରାଟ ରର୍ତ୍ତମାନ ସୃଷ୍ଟି ହୋଇ ସାଧାରଣ ଗମନାଗମନରେ ବାଧା ସୃଷ୍ଟି କରୁଛି । କାକଟପୁର ବ୍ରାଞ୍ଚ କେନାଲର ଦକ୍ଷିଣ ପାଶ୍ୱର୍ ବନ୍ଧ ପ୍ରତାପ ନଗରୀଠାରୁ ଇଚ୍ଛାପୁର ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଗମନାଗମନ ପାଇଁ ବ୍ୟବହୃତ ହୋଇଥାଏ । ଏହି କେନାଲ ବନ୍ଧରାସ୍ତା କଟକ, ଜଗତସିଂହପୁର ଓ ବୟାଳିସିମୌଜାକୁ ବିଭିନ୍ନ ସ୍ଥାନରେ ସଂଯୋଗ କରୁଥିବାରୁ କଣ୍ଟାପଡା, ନିଆଳି, ବାରଙ୍ଗ ଓ କଟକ ସଦର ଅଞ୍ଚଳର ଲୋକମାନେ ଯାତାୟାତ ପାଇଁ ବ୍ୟବହାର କରିଥାନ୍ତି । ବିଭିନ୍ନ ସମୟରେ ଏହି ରାସ୍ତା ମରାମତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିପାରୁନାହିଁ । ରାସ୍ତାର ଏପରି ଅବସ୍ଥା ଯୋଗୁଁ ପ୍ରତେକ ଦିନ ଛୋଟବଡ ଦୁର୍ଘଟଣା ଘଟୁଛି । ଯଦି ତୁରନ୍ତ ଏହି ରାସ୍ତାର ମରାମତି କରାନଯାଏ ତେବେ ଅଞ୍ଚଳର ଅଗ୍ରଣୀ ଅନୁଷ୍ଠାନ ସଂକଳ୍ପ ସାମାଜିକ ସଂଗଠନ ଆନେ୍ଦାଳକୁ ଓହ୍ଲାଇବ ବୋଲି ଚୋତାବନୀ ଦେଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0